ଏରଞ୍ଚ ପଞ୍ଚାୟତର ୫ଟି ଗାଁ ୬ଦିନ ଶଟ୍‌ଡାଉନ୍

ନିଆଳି(ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକର ଏରଞ୍ଚ ପଞ୍ଚାୟତର ୫ଟି ଗାଁକୁ ୬ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ଖଡ଼ିବିଲ ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ସଂକ୍ରମଣ ବ୍ୟାପିବା ଭୟରେ ପଳସୁଧା, ମାଗୁରାକୁଦ,ଖଡ଼ିବିଲ, ଗୁହାଳକୁଳ ଓ ଏରଞ୍ଚ ବଜାରକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଗତ ବୁଧବାର ରାତି ୯ଟାଠାରୁ  ଶଟଡାଉନ୍‌ କଟକଣା ଲାଗୁ ହୋଇଥିବା ବେଳେ ଆସନ୍ତା ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର […]

eeeeeeeeeeeeee0000

Tapaswini Nayak
  • Published: Friday, 10 July 2020
  • , Updated: 10 July 2020, 12:07 PM IST

ନିଆଳି(ବିନୟ ମିଶ୍ର): କଟକ ଜିଲ୍ଲା ନିଆଳି ବ୍ଲକର ଏରଞ୍ଚ ପଞ୍ଚାୟତର ୫ଟି ଗାଁକୁ ୬ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ଖଡ଼ିବିଲ ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ସଂକ୍ରମଣ ବ୍ୟାପିବା ଭୟରେ ପଳସୁଧା, ମାଗୁରାକୁଦ,ଖଡ଼ିବିଲ, ଗୁହାଳକୁଳ ଓ ଏରଞ୍ଚ ବଜାରକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି।

ଗତ ବୁଧବାର ରାତି ୯ଟାଠାରୁ  ଶଟଡାଉନ୍‌ କଟକଣା ଲାଗୁ ହୋଇଥିବା ବେଳେ ଆସନ୍ତା ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଶଟ୍‌ଡାଉନ୍‌ ସମୟରେ କେବଳ ମେଡିକାଲ ସେବା ଚାଲୁ ରହିବ। ବାକି ସବୁ ଦୋକାନ ବଜାର ବନ୍ଦ ରହିବ। ଏଥିସହ ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। କେହି ବାହାର ଲୋକ ଗାଁ ଭିତରକୁ ନ ଆସିବାକୁ ବାରଣ କରାଯାଇଥିବା ବେଳେ ଗାଁ ଲୋକ ମଧ୍ୟ ବାହାରକୁ ଯିବାକୁ ମନା କରାଯାଇଛି।

Related story