ମାଟି କାନ୍ଥ ଭୁଶୁଡ଼ି ୫ ବର୍ଷର ଝିଅ ମୃତ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ସକାଳେ ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି। ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ସେ (ମୌସୁମୀ) ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ […]

DeadBody

  • Published: Sunday, 16 October 2022
  • , Updated: 16 October 2022, 10:29 AM IST

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ସକାଳେ ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି।

ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ସେ (ମୌସୁମୀ) ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ।

ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Related story