ଝରଣାର ପଥର ସନ୍ଧିରୁ ବାହାରିଲା ୫ ବର୍ଷର ଶିଶୁ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଝରଣାରେ ପଥର ସନ୍ଧିରେ ଫସିଯାଇଥିବା ୫ ବର୍ଷର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାକୁ ଓଡ଼ିଶା ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକର ବୁରୁଗୁଡ଼ା ଗାଁରେ। ସୂଚନା ଅନୁଯାୟୀ, ଗାଁର ନୀଳମଣି ନାୟକ ଆଜି ସକାଳେ ଆଉ କିଛି ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ତାଙ୍କ ଗୋଡ଼ ଝରଣାର ପଥର […]

boudh

boudh

Jitendra Garnayak
  • Published: Wednesday, 02 September 2020
  • Updated: 02 September 2020, 03:21 PM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଝରଣାରେ ପଥର ସନ୍ଧିରେ ଫସିଯାଇଥିବା ୫ ବର୍ଷର ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାକୁ ଓଡ଼ିଶା ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକର ବୁରୁଗୁଡ଼ା ଗାଁରେ।

ସୂଚନା ଅନୁଯାୟୀ, ଗାଁର ନୀଳମଣି ନାୟକ ଆଜି ସକାଳେ ଆଉ କିଛି ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ତାଙ୍କ ଗୋଡ଼ ଝରଣାର ପଥର ସନ୍ଧିରେ ଫସି ଯାଇଥିଲା। ସେ ସେଥିରୁ ଆଉ ବାହାରି ପାରି ନଥିଲେ। ଏହା ଦେଖି ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ତାଙ୍କୁ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos