୫ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗାଁରେ ଏକ ୫ ବର୍ଷର ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ୧୧ ତାରିଖ ସନ୍ଧ୍ୟାରେ ଏ ଘଟଣା ଘଟିଥିବା ବେଳେ ଆଜି ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝିଅଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଝିଅଟିକୁ ତା’ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ […]

rape1

Jitendra Garnayak
  • Published: Sunday, 14 April 2019
  • , Updated: 14 April 2019, 01:46 PM IST

ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ଗାଁରେ ଏକ ୫ ବର୍ଷର ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ୧୧ ତାରିଖ ସନ୍ଧ୍ୟାରେ ଏ ଘଟଣା ଘଟିଥିବା ବେଳେ ଆଜି ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ପାଇବା ପରେ ପୁଲିସ୍ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝିଅଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଝିଅଟିକୁ ତା’ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା।

ଅଭିଯୁକ୍ତ ଫେରାର ହୋଇଯାଇଛି। ସେ ବିବାହିତ ବୋଲି ଜଣାପଡ଼ିଛି। ପୁଲିସ୍ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିବା ସହ ଘଟଣାର ବିଭିନ୍ନ ଦିଗକୁ ବିଚାରକୁ ନେଇ ତଦନ୍ତ କରୁଛି।

Related story