ଗଭୀର ସମୁଦ୍ରରୁ ଧାମରାକୁ ଫେରିଆସିଲେ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ

ଚାନ୍ଦବାଲି(ବାସୁଦେବ ଦାସ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍‌ବୁଲ୍‌”। ତେଣୁ ଜନ୍ମ ସ୍ଥାନ ପଶ୍ଚିମବଙ୍ଗକୁ ଫେରିବା ସମ୍ଭବପର ହେଉନଥିବାରୁ ଜୀବନ ବିକଳରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ପଡ଼ୋଶୀ ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ମୁହାଣାକୁ। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବୋଟ୍‌ ଫେରି ଆସିଲାଣି। ସନ୍ଧ୍ୟା ସୁଦ୍ଧା ସମୁଦ୍ରରେ ମାଛ ଧରୁଥିବା ୫୦ରୁ ଅଧିକ ବୋଟ୍‌ରେ ଆସିବେ ବୋଲି ଜଣାପଡ଼ିଛି। ଏଥିପାଇଁ […]

bhadrak

Manoranjan Sial
  • Published: Friday, 08 November 2019
  • , Updated: 08 November 2019, 04:32 PM IST

ଚାନ୍ଦବାଲି(ବାସୁଦେବ ଦାସ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍‌ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍‌ବୁଲ୍‌”। ତେଣୁ ଜନ୍ମ ସ୍ଥାନ ପଶ୍ଚିମବଙ୍ଗକୁ ଫେରିବା ସମ୍ଭବପର ହେଉନଥିବାରୁ ଜୀବନ ବିକଳରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ପଡ଼ୋଶୀ ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ମୁହାଣାକୁ। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବୋଟ୍‌ ଫେରି ଆସିଲାଣି। ସନ୍ଧ୍ୟା ସୁଦ୍ଧା ସମୁଦ୍ରରେ ମାଛ ଧରୁଥିବା ୫୦ରୁ ଅଧିକ ବୋଟ୍‌ରେ ଆସିବେ ବୋଲି ଜଣାପଡ଼ିଛି। ଏଥିପାଇଁ ମେରାଇନ୍‌ ଥାନା ଓ ଧାମରା ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପଶ୍ଚିମଙ୍ଗର ମତ୍ସ୍ୟଜୀବୀଙ୍କ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି। ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ସେମାନେ ଫେରିଯିବେ ବୋଲି ଜଣାପଡ଼ିଛି।

ବାତ୍ୟା ‘ବୁଲ୍‌ବୁଲ୍‌’ ଘନିଭୂତ ହେବାରେ ଲାଗିଛି। ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଅତିକ୍ରମ କରିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ ଓଡ଼ିଶାରେ ନପଡ଼ିଲେ ମଧ୍ୟ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ପରେ ପବନର ବେଗ ବଢ଼ିବାର ଆଶଙ୍କା ରହିଛି। ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Related story