ସୁନା ଦୋକାନରେ ସ୍ୱାଇପ୍ ମେସିନ୍ ଲଗାଇ ଠକିନେଲେ ୫୦ ଲକ୍ଷ

ଯାଜପୁର(ସଞ୍ଜୀବ ନାୟକ): ଟେକ୍ନୋଲୋଜିର ଯେତିକି ଦ୍ରୁତ ଅଗ୍ରଗତି ହେଉଛି ଠକମାନଙ୍କ ଠକେଇ ମଧ୍ୟ ସେହି ଅନୁଯାୟୀ ତାଳ ଦେଇ ବଢ଼ୁଛି। ସତର୍କତାରେ ଟିକଏ ଖାପଛଡ଼ା ହେଲେ ଆକାଉଣ୍ଟରୁ ଉଡ଼ି ଯାଉଛି ଲକ୍ଷାଧିକ ଟଙ୍କା। ଯାଜପୁରର ବିଭିନ୍ନ ସୁନା ଦୋକାନରେ ପଏଣ୍ଟ ଅଫ ସେଲ(ପିଓଏସ) ସ୍ୱାଇପ୍ ମେସିନି ଲଗାଇ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକି ନେଇଛନ୍ତି ଠକ। ତେବେ ଏଭଳି ଅଭିଯୋଗର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସୁନିଲ ନାୟକ ଓ ତାଙ୍କ ପତ୍ନୀ ମାଳତି […]

swap-mec

swap-mec

Niranjan Mishra
  • Published: Monday, 01 August 2022
  • Updated: 01 August 2022, 07:22 PM IST

Sports

Latest News

ଯାଜପୁର(ସଞ୍ଜୀବ ନାୟକ): ଟେକ୍ନୋଲୋଜିର ଯେତିକି ଦ୍ରୁତ ଅଗ୍ରଗତି ହେଉଛି ଠକମାନଙ୍କ ଠକେଇ ମଧ୍ୟ ସେହି ଅନୁଯାୟୀ ତାଳ ଦେଇ ବଢ଼ୁଛି। ସତର୍କତାରେ ଟିକଏ ଖାପଛଡ଼ା ହେଲେ ଆକାଉଣ୍ଟରୁ ଉଡ଼ି ଯାଉଛି ଲକ୍ଷାଧିକ ଟଙ୍କା। ଯାଜପୁରର ବିଭିନ୍ନ ସୁନା ଦୋକାନରେ ପଏଣ୍ଟ ଅଫ ସେଲ(ପିଓଏସ) ସ୍ୱାଇପ୍ ମେସିନି ଲଗାଇ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକି ନେଇଛନ୍ତି ଠକ। ତେବେ ଏଭଳି ଅଭିଯୋଗର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସୁନିଲ ନାୟକ ଓ ତାଙ୍କ ପତ୍ନୀ ମାଳତି ନାୟକଙ୍କ ସମେତ ୪ ଠକଙ୍କୁ ଗିରଫ କରିଛି ଯାଜପୁର ପୁଲିସ। ସେମାନଙ୍କ ଠାରୁ ପ୍ରଚୁର ପରିମାଣର ଟଙ୍କା ସହ ଚେକ୍ ବୁକ୍, ବ୍ୟାଙ୍କ ପାସ୍ ବୁକ୍ ଓ ଏଟିଏମ୍ କାର୍ଡ ପ୍ରଭୃତି ଜବତ କରାଯାଇଛି। ଏନେଇ ଆଜି ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭୁବନେଶ୍ୱର ସ୍ଥିତ ସୃଜନ ଇନଫୋଟେକ ନାମକ ଏକ ସଂସ୍ଥା  ପେଟିଏମର ଫ୍ରାଞ୍ଚାଇଜ ଆଣି ଯାଜପୁରର ବିଭିନ୍ନ ସୁନା ଦୋକାନରେ ସ୍ୱାଇପ ମେସିନ ଦେଇଥିଲା। ଏହି ମେସିନ୍ ଜରିଆରେ ଗ୍ରାହକ ପେମେଣ୍ଟ କରୁଥିବା ଟଙ୍କାକୁ ଏହି ସଂସ୍ଥା ହଡ଼ପ କରିନେଉଥିଲା। ଠକେଇର ଶିକାର ଯାଜପୁର କ୍ରିଷ୍ଣା ଜୁଏଲାରି ମାଲିକ ବଟକୃଷ୍ଣ ସାହୁ ପ୍ରଥମ ଅଭିଯୋଗ କରିଥିଲେ। ତାଙ୍କ ଠାରୁ ପ୍ରାୟ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି। ଗତ ୧୨ ତାରିଖରେ ଏନେଇ ମାମଲା ହୋଇଥିଲା। ତଦନ୍ତ ବେଳେ ସୁନିଲ ନାୟକ ଓ ମାଳତି ନାୟକ ଏହି ଠକେଇର ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଥିଲା। ସେମାନେ ଭୁବନେଶ୍ୱରରେ ରୁହନ୍ତି। ପୁଲିସ ସଂସ୍ଥାର ମାଲିକ ମାଳତି ନାୟକଙ୍କୁ ପ୍ରଥମେ ଗିରଫ କରିଥିଲା। ଏହି ଠକେଇରେ ଜଡ଼ିତ ତାଙ୍କ ସ୍ୱାମୀ ସୁନିଲ ନାୟକଙ୍କ ସହ ଅନ୍ୟ ତିନି ସହଯୋଗୀଙ୍କୁ ଆଜି ଗିରଫ କରାଯାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

ଏହି ଅଭିଯୁକ୍ତମାନେ ଦୋକାନୀମାନଙ୍କୁ ଠକିବା ପରେ ଏହି ଟଙ୍କାରେ ପୁନଶ୍ଚ ସମ୍ପୃକ୍ତ ଦୋକାନୀଙ୍କ ଠାରୁ ସୁନା କିଣି ନେଉଥିଲେ। ଯାହାକୁ ବିଭିନ୍ନ ସଂସ୍ଥାରେ ରଖିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୧୦ ଲକ୍ଷ ଟଙ୍କା, ୬ ମୋବାଇଲ, ଗୋଟିଏ ଟାପଟପ, ୨୫ଟି ବ୍ୟାଙ୍କ ପାସ୍‌ବୁକ୍, ୬୩ଟି ଏଟିଏମ କାର୍ଡ, ୨୭ଟି ଚେକ ବୁକ, ୪୬ଟି ସିମ କାର୍ଡ, ୩ ସପିଂ ମେସିନ୍ ଓ ଠକେଇରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

[caption id="attachment_753935" align="aligncenter" width="650"] ଜବତ ଟଙ୍କା ଓ ଅନ୍ୟ ଜିନିଷ ଦେଖାଉଛି ପୁଲିସ।[/caption]

ଏଭଳି ଅନ୍ୟ ଦୁଇଟି ଅଭିଯୋଗ ଆସିଛି। କୁଆଖିଆ ଥାନାରେ ଏହି ଅଭିଯୋଗ ହୋଇଛି। କୁଆଖିଆର ପୃଷ୍ଟି ଜୁଏଲର ଓ ପାତ୍ର ଜୁଏଲରକୁ ସ୍ୱାଇପ୍ ମେସିନ୍ ଦେଇ ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଠାରୁ ଯଥାକ୍ରମେ ୨୪ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କା ଏଭଳି ଉପାୟରେ ଠକେଇ ହୋଇଛି। ଏହାର ମଧ୍ୟ ତଦନ୍ତ ତାଲିଛି ବୋଲି ଏସ୍‌ଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story