କରୋନାରେ ୫୦ ଏନ୍‌ଡିଆର୍‌ଏଫ୍‌ ଯବାନ ଆକ୍ରାନ୍ତ, ପଶ୍ଚିମବଙ୍ଗରୁ ଫେରିଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଯବାନ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ୩ ଦିନ ତଳେ ଆଉ ଜଣେ ଯବାନଙ୍କ ରକ୍ତ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା। ତା’ପରେ ଅନ୍ୟ ସମସ୍ତ ଯବାନଙ୍କ ରକ୍ତ ଓ ସ୍ୱାବ କରାଯାଇଥିଲା। ଟେଷ୍ଟ ରିପୋର୍ଟରେ ମୋଟ୍‌ ୫୦ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ NDRF ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଯବାନମାନଙ୍କୁ କେଉଁଠାରେ ଚିକିତ୍ସା କରାଯାଉଛି, ତାହା ଜଣାପଡ଼ି […]

ndrf

Manoranjan Sial
  • Published: Monday, 08 June 2020
  • , Updated: 08 June 2020, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଯବାନ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ୩ ଦିନ ତଳେ ଆଉ ଜଣେ ଯବାନଙ୍କ ରକ୍ତ ନମୁନା ପଜିଟିଭ ଚିହ୍ନଟ ହୋଇଥିଲା। ତା’ପରେ ଅନ୍ୟ ସମସ୍ତ ଯବାନଙ୍କ ରକ୍ତ ଓ ସ୍ୱାବ କରାଯାଇଥିଲା। ଟେଷ୍ଟ ରିପୋର୍ଟରେ ମୋଟ୍‌ ୫୦ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ NDRF ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନାରେ ଆକ୍ରାନ୍ତ ହୋଇଥିବା ଯବାନମାନଙ୍କୁ କେଉଁଠାରେ ଚିକିତ୍ସା କରାଯାଉଛି, ତାହା ଜଣାପଡ଼ି ନାହିଁ।

ସୂଚନାରୁ ପ୍ରକାଶ, ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ୧୬୭  NDRF ଯବାନ ପଶ୍ଚିମବଙ୍ଗ ଯାଇଥିଲେ। ଉଦ୍ଧାର କାର୍ଯ୍ୟ ପରେ ସେମାନେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହି ସମୟ ଭିତରେ ଜଣେ ଯବାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ଅନ୍ୟ ସମସ୍ତଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ଏବେ ୪୯ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

Related story