ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ମଥାରେ ସିନ୍ଦୁର। ହାତରେ ଶଙ୍ଖା। ହୋମ ନିଆଁ ସାଙ୍ଗକୁ। ପଣ୍ଡିତଙ୍କ ମନ୍ତ୍ରଧ୍ୱନୀ। ପାରମ୍ପରିକ ରୀତିନୀତିରେ ଚାଲିଥିଲା ବିବାହ ଉତ୍ସବ। ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୫୦ ନବ ଦମ୍ପତି। ଏମିତି ଦେଖିବାକୁ ମିଳିଛି ଭୁବନେଶ୍ୱର ରାମମନ୍ଦିରରେ। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏଭଳି ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ହିନ୍ଦୁ ରିତିନୀତିରେ ହୋଇଛି ବିବାହ ସମ୍ପର୍ଣ୍ଣ । ଗୋଟିଏ କି ଦୁଇଟି ନୁହେଁ ୨୫ଟି ବେଦୀରେ ବସିଥିଲେ ୨୫ ଯୋଡା ନବଦମ୍ପତି। ପରସ୍ପରକୁ ଫୁଲ ମାଳ ପିନ୍ଧାଇ ସାତ ଜନ୍ମକୁ ସାକ୍ଷୀରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦମ୍ପତି। ଡିଜେ ସାଉଣ୍ଡ ସହ ଗୋଟିକ ପରେ ଗୋଟିଏ ବରଗାଡି ଗୋଲାପ ଫୁଲରେ ସଜା ହୋଇଥିଲା ଗାଡ଼ି। ବର ପହଞ୍ଚିବା ପରେ ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ଘର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଗଣ ବିବାହ। ଅର୍ଥ ଅଭାବ ହେଉ ଅବା ଅନ୍ୟ କୌଣସି ସମସ୍ୟା ହେଉ ଯେଉଁମାନଙ୍କର ବିବାହ ହୋଇ ପରୁ ନଥିଲା ସେମାନଙ୍କୁ ହାତ ବଢାଇଥିଲା ପ୍ରୟାସ। ଏଥିସହ ଯୌତୁକ ପ୍ରଥାକୁ ବିରୋଧ କରି ଏହି ବିବାହର ଆୟୋଜନ କରାଯାଇଥିବା କହିଛନ୍ତି ଆୟୋଜକ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।