୫୦ % କର୍ମଚାରୀରେ କାମ କରିବେ ବ୍ୟାଙ୍କ, ବୀମା ଓ ଅର୍ଥଲଗାଣ ସଂସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପାଇଁ କଟକଣା ଜାରି ରହିଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ଆର୍ଥିକ ଅନୁଷ୍ଠାନଗୁଡ଼ିକ ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ, ବୀମା ଓ ଫାଇନାନ୍ସ କମ୍ପାନୀଗୁଡ଼ିକ କାର୍ଯ୍ୟ କରିପାରିବେ। ତେବେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ଆର୍ଥିକ […]

Bank

Manoranjan Sial
  • Published: Monday, 03 August 2020
  • , Updated: 03 August 2020, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ପାଇଁ କଟକଣା ଜାରି ରହିଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ଆର୍ଥିକ ଅନୁଷ୍ଠାନଗୁଡ଼ିକ ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ, ବୀମା ଓ ଫାଇନାନ୍ସ କମ୍ପାନୀଗୁଡ଼ିକ କାର୍ଯ୍ୟ କରିପାରିବେ। ତେବେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସରକାରଙ୍କ ଆର୍ଥିକ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଜ୍ଞାପାରମିତା ସାହୁ ଆଜି ସମସ୍ତ ଜିଲ୍ଲାପାଳ, ଏସପି, କଟକ ଓ ଭୁବନେଶ୍ୱର ପୁଲିସ ଡିସିପି ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକଙ୍କୁ ଚିଠି ଲେଖି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ରୁରାଲ ବ୍ୟାଙ୍କ, ସମବାୟ ବ୍ୟାଙ୍କ, କ୍ଷୁଦ୍ର ବ୍ୟାଙ୍କ, ସେବି କାର୍ଯ୍ୟାଳୟ,ସମସ୍ତ ପ୍ରକାରର ବୀମା କମ୍ପାନୀ, ଏନବିଏଫସି ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆର୍ଥିକ କାରବାର ପାଇଁ ଅନୁମୋଦିତ ସଂସ୍ଥାକୁ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀରେ ସେମାନଙ୍କର ସ୍ୱାଭାବିକ ଅଫିସ୍ ସମୟରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଉଛନ୍ତି। ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଏହି ଆର୍ଥିକ ସଂସ୍ଥାଗୁଡ଼ିକୁ ଅଫିସରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ। ଯେଉଁ ବ୍ୟାଙ୍କ ଶାଖାଗୁଡ଼ିକରେ ୫ ଜଣରୁ କମ୍ ସଂଖ୍ୟକ କର୍ମଚାରୀ ଥିବେ ସେଠାରେ ସମସ୍ତ କର୍ମଚାରୀ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଅଫିସ୍ କରିପାରିବେ।

ସେହିପରି କରୋନା ମହାମାରୀକୁ ଦୃଷ୍ଟିରେ ରଖି ବରିଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଫୋନ୍ କଲରେ ସମସ୍ତ ବ୍ୟାଙ୍କ ଓ ଡାକ ନିଜର କର୍ମଚାରୀମାନଙ୍କ ମାଧ୍ୟମରେ ଅଫିସ୍ ସମୟରେ ସେମାନଙ୍କୁ ବ୍ୟାଙ୍କିଂ ସେବା ଯୋଗାଇ ଦେବେ। କର୍ମଚାରୀମାନେ ମାସ୍କ ଓ ସାମାଜିକ ଦୂରତ୍ୱ ନିୟମକୁ ପାଳିବା ଜରୁରୀ ବୋଲି ରାଜ୍ୟ ସରକାର ତାଙ୍କ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍ ନିମନ୍ତେ ସ୍ଥାନୀୟ ପ୍ରଶାସନ ଏହି ଗାଇଡଲାଇନକୁ ଆବଶ୍ୟକ ମୁତାବକ ପରିବର୍ତ୍ତନ କରିପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

Related story