ପର୍ଯ୍ୟାପ୍ତ ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ଉପଲବ୍ଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କ ଗୁଡ଼ିକରେ ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ମିଳୁନି। ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଯଥାଶୀଘ୍ର ପର୍ଯ୍ୟାପ୍ତ ପରିମାଣରେ ୫୦୦ ଓ ୧୦୦ ଟଙ୍କିଆ ଉପଲବ୍ଧ କରିବାକୁ ଆରବିଆଇ ଓ ଅନ୍ୟାନ୍ୟ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଧାନ ସଂଗ୍ରହ, ମରୁଡ଼ି ସହାୟତା, ଫସଲ ବୀମା ଓ କୃଷି କାର୍ଯ୍ୟରେ ବିମୁଦ୍ରାକରଣର ପ୍ରଭାବ ସମ୍ପର୍କରେ ଆଜି […]

naveen

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 10:40 PM IST

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କ ଗୁଡ଼ିକରେ ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌ ପର୍ଯ୍ୟାପ୍ତ ପରିମାଣରେ ମିଳୁନି। ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଯଥାଶୀଘ୍ର ପର୍ଯ୍ୟାପ୍ତ ପରିମାଣରେ ୫୦୦ ଓ ୧୦୦ ଟଙ୍କିଆ ଉପଲବ୍ଧ କରିବାକୁ ଆରବିଆଇ ଓ ଅନ୍ୟାନ୍ୟ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଧାନ ସଂଗ୍ରହ, ମରୁଡ଼ି ସହାୟତା, ଫସଲ ବୀମା ଓ କୃଷି କାର୍ଯ୍ୟରେ ବିମୁଦ୍ରାକରଣର ପ୍ରଭାବ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ କଟକ, ଗଞ୍ଜାମ, ସମ୍ୱଲପୁର ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି। ବିମୁଦ୍ରାକରଣ ଯୋଗୁଁ ରାଜ୍ୟରେ ଚାଷୀମାନେ ପ୍ରଭାବିତ ହେଉଛନ୍ତି ବୋଲି ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

ଗ୍ରାମାଞ୍ଚଳରେ ବିମୁଦ୍ରକରଣ ପ୍ରଭାବ, ଚାଷବାସ ନିୟମିତ ଅନୁଧ୍ୟାନ ଓ ପ୍ରତି ୧୫ ଦିନରେ ଧାନ ସଂଗ୍ରହ ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡିସେମ୍ୱର ୧୭ ସୁଦ୍ଧା ମରୁଡ଼ି ସହାୟତା ପ୍ରଦାନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related story