ଦୋଷ ମାନିଲେ, ୫୦୦ ଟଙ୍କା ଗଣିଲେ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି।  ଭୁବନେଶ୍ୱରସ୍ଥିତ ଏଜି ଛକକୁ ଚକଲେଟ୍ ଓ ଲିଫଲେଟ୍ ବାଣ୍ଟିବାକୁ ଆଜି ଅନନ୍ତ ଆସିଥିଲେ। ଏହି ସମୟରେ ତାଙ୍କ ଡ୍ରାଇଭର ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିଲେ। ଫଳରେ ସମସ୍ତଙ୍କ ପାଇଁ ସମାନ ଆଇନ ନିୟମରେ ଡିସିପି […]

bbsr

Jyoshna Pradhan
  • Published: Sunday, 08 September 2019
  • , Updated: 08 September 2019, 01:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି।  ଭୁବନେଶ୍ୱରସ୍ଥିତ ଏଜି ଛକକୁ ଚକଲେଟ୍ ଓ ଲିଫଲେଟ୍ ବାଣ୍ଟିବାକୁ ଆଜି ଅନନ୍ତ ଆସିଥିଲେ। ଏହି ସମୟରେ ତାଙ୍କ ଡ୍ରାଇଭର ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିଲେ। ଫଳରେ ସମସ୍ତଙ୍କ ପାଇଁ ସମାନ ଆଇନ ନିୟମରେ ଡିସିପି ଅନୁପ ସାହୁଙ୍କ ଉପସ୍ଥିତିରେ ବିଧାୟକଙ୍କୁ ଏହି ଜରିମାନା ଦେବାକୁ ପଡ଼ିଛି।  

ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି ବିଧାୟକ। ବିଧାୟକ କହିଛନ୍ତି, “ଆଇନ ଆଗରେ ସମସ୍ତେ ସମାନ ।ମୋ ଡ୍ରାଇଭରର ପାର୍କିଂ ଭୁଲ ଥିଲା। ଜରିମାନା ଆଦାୟ କଲେ।  ଯିଏ ଭୁଲ କରିବ, ଦଣ୍ଡିତ ହେବ। ” ଆଇନ ମାନିବାନି କାହିଁକି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ  ଡିସିପି ଅନୁପ ସାହୁ କହିଛନ୍ତି, “ଆଇନ ସମସ୍ତଙ୍କ ପାଇଁ ସମାନ। ଯିଏ ଅମାନ୍ୟ କରିବ, ଫାଇନ୍‌ ଦେବ”।

ଅନ୍ୟପକ୍ଷରେ ରାଜମହଲ ଛକରେ କାଲି ପୁଲିସ୍‌- ପବ୍ଲିକ୍‌ ମଧ୍ୟରେ ଖଣ୍ଡ ଯୁଦ୍ଧ ହେବା ପରେ ଆଜି ଭୁବନେଶ୍ୱର ଏଜି ଛକରେ କମିଶନରେଟ୍ ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କାଲି ଲୋକଙ୍କ ଉପରକୁ ଲାଠି ଚାର୍ଜ କରିବା ପରେ ଆଜି  ଚକଲେଟ୍ ଦେଇ ଓ ଲିଫଲେଟ୍ ବାଣ୍ଟି ପୁଲିସ୍‌ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି । ହେଲମେଣ୍ଟ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ଓଭରଟେକ୍ ନକରିବା ଭଳି ବିଭିନ୍ନ ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ  ଅବଗତ କରାଉଛି।

Related story