ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ପଡ଼ିଛି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ। ଏହି ନୋଟ୍ ଅସଲି କି ନକଲି, ତାହା ଜଣାପଡ଼ି ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି।
ଆଜି ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ୍ ବଣ୍ଡଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ମାତ୍ର ଏହି ଟଙ୍କା କାହାର ଜଣାପଡ଼ି ନାହିଁ। ରାସ୍ତା ଉପରେ ଟଙ୍କା ପଡ଼ିଥିଲେ ମଧ୍ୟ କେହି ଉଠାଉ ନାହାନ୍ତି। ଲୋକମାନେ ନିଜର ସାଧୁତା ଦେଖାଇବାକୁ ଯାଇ ରାସ୍ତାରେ ପଡ଼ିଥିବା ଟଙ୍କା ଦେଖିବା ପାଇଁ ଭିଡ ଜମାଇଛନ୍ତି। ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ ସେଠାରେ ପହଞ୍ଚି ଜଗି ରହିଛି। ହେଲେ ପୁଲିସ ଟଙ୍କା ଉଠାଉ ନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗଙ୍ଗନଗର ଛକରେ ଦୁଇଟି ବାଇକ୍ ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ଙ୍କ ବ୍ୟାଗରୁ ଟଙ୍କା ଖସି ପଡ଼ିଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଟଙ୍କା ନଉଠାଇ ପଳାଇ ଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।