୫୦ ହଜାର ଟପିଲା ନମୁନା ପରୀକ୍ଷା, ୧୧ ଦିନରେ ସଂକ୍ରମିତ ଦ୍ୱିଗୁଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ସତ୍ତ୍ୱେ ମାତ୍ର ୧୧ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣ ହୋଇଛି। ରାଜ୍ୟରେ ଗତକାଲିସୁଦ୍ଧା କରୋନା ନମୁନା ପରୀକ୍ଷା ପରିମାଣ ୫୦ହଜାର ଅତିକ୍ରମ କରିଥିବାବେଳେ ଏପ୍ରିଲ ୨୬ରୁ ମେ’ ୬ତାରିଖ ମଧ୍ୟରେ ୧୦୨ଜଣ ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ ମାର୍ଚ୍ଚ ୧୫ରୁ ୪୧ଦିନ ମଧ୍ୟରେ ପ୍ରଥମ ୧୦୦ଜଣ ସଂକ୍ରମିତ ହୋଇଥିଲେ ବାକି ୧୦୦ଜଣ ମାତ୍ର ୧୧ଦିନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । […]

rmrc

rmrc

Manoranjan Sial
  • Published: Thursday, 07 May 2020
  • Updated: 07 May 2020, 05:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବା ସତ୍ତ୍ୱେ ମାତ୍ର ୧୧ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣ ହୋଇଛି। ରାଜ୍ୟରେ ଗତକାଲିସୁଦ୍ଧା କରୋନା ନମୁନା ପରୀକ୍ଷା ପରିମାଣ ୫୦ହଜାର ଅତିକ୍ରମ କରିଥିବାବେଳେ ଏପ୍ରିଲ ୨୬ରୁ ମେ’ ୬ତାରିଖ ମଧ୍ୟରେ ୧୦୨ଜଣ ସଂକ୍ରମିତ ହୋଇଛନ୍ତି । ତେବେ ରାଜ୍ୟରେ ମାର୍ଚ୍ଚ ୧୫ରୁ ୪୧ଦିନ ମଧ୍ୟରେ ପ୍ରଥମ ୧୦୦ଜଣ ସଂକ୍ରମିତ ହୋଇଥିଲେ ବାକି ୧୦୦ଜଣ ମାତ୍ର ୧୧ଦିନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ମେ’ ୬ତାରିଖ ସୁଦ୍ଧା ମୋଟ ୫୦,୫୧୪ଜଣଙ୍କ ନମୂନା ପରୀକ୍ଷା ହୋଇଥିବାବେଳେ ୨୦୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅବଶ୍ୟ ଆଜି ଜଣେ ସଂକ୍ରମିତଙ୍କୁ ମିଶାଇଲେ ମୋଟ ସଂଖ୍ୟା ୨୦୬ରେ ପହଂଚିଛି। ମେ’ ୬ ତାରିଖରେ ସର୍ବାଧିକ ୨୮ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଦୁଇଟି ନୂଆ ଜିଲ୍ଲା ଜଗତସିଂହପୁର ଓ ମୟୂରଭଞ୍ଜରେ କରୋନାର ପ୍ରଭାବ ଅନୁଭୂତ ହୋଇଛି। ତେବେ ସର୍ବଭାରତୀୟସ୍ତରରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୯୮୩ଜଣଙ୍କ ନମୂନା ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ଏହି ପରିମାଣ ୧୧୫୫ ରହିଛି। ଗୋଟିଏ ପଜେଟିଭ୍ କେସ୍ ପାଇଁ ଓଡ଼ିଶାରେ ହାରାହାରି ୨୪୬ଟି ନମୁନା ପରୀକ୍ଷା ହେଉଛି।

ବିଦେଶ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ ମାର୍ଚ୍ଚ ୧୫ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୨୫ତାରିଖରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଂଚିଥିଲା। କିନ୍ତୁ ଏହାପରେ ନିୟମିତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ମେ’ ୬ରେ ୨୦୫ରେ ପହଂଚିଛି। ପ୍ରଥମେ ବିଦେଶ ଫେରନ୍ତା, ତା’ପରେ ନିଜାମୁଦ୍ଦିନ ଫେରନ୍ତା ଓ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଚାନକ ବୃଦ୍ଧି ପାଇଥିଲା। କିନ୍ତୁ ଏବେ ଅନ୍ୟ ରାଜ୍ୟ ବିଶେଷକରି ସୁରଟ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ ସଂକ୍ରମଣ ପରିମାଣ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏହି ସଂଖ୍ୟା ବ୍ୟାପକ ହେବାର ଆଶଙ୍କା ମଧ୍ୟ ରହିଛି।
ସୂଚନା ଅନୁସାରେ ଏବେସୁଦ୍ଧ ଚିହ୍ନଟ ହୋଇଥିବା ୨୦୬ଜଣ ସଂକ୍ରମିତଙ୍କ ମଧ୍ୟରେ ୧୫୫ଜଣ ପୁରୁଷ ଓ ୫୧ଜଣ ମହିଳା ଅଛନ୍ତି। ସର୍ବାଧିକ ୧୦୭ଜଣ ସଂକ୍ରମିତଙ୍କ ବୟସ ୧୫ରୁ ୪୦ବର୍ଷ ମଧ୍ୟରେ ହୋଇଥିବାବେଳେ ୪୧ରୁ ୬୦ବର୍ଷ ମଧ୍ୟରେ ୬୪ଜଣ ରହିଛନ୍ତି। ତେବେ ୦ରୁ ୧୪ବର୍ଷ ବୟସର ୧୩ଜଣ ଓ ୬୦ବର୍ଷରୁ ଅଧିକ ବୟସର ୨୨ଜଣ ସଂକ୍ରମିତ ଅଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରୁ ୬୨ଜଣ ସୁସ୍ଥ ହୋଇଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇସାରିଛି।
ସେହିପରି ରାଜ୍ୟରେ ମାର୍ଚ୍ଚ ମାସରେ ଦିନକୁ ମାତ୍ର ୧୦ଟି ନମୁନା ପରୀକ୍ଷା ହେଉଥିବାବେଳେ ମାସେ ତଳେ ଏହା ଦିନକୁ ୨୫୦ଟି, ୧୫ଦିନ ତଳେ ଦିନକୁ ୧ହଜାର ଓ ଏବେ ଦିନକୁ ପ୍ରାୟ ୩ହଜାର ନମୁନା ପରୀକ୍ଷା ହେଉଛି। ଏବେ ରାଜ୍ୟର ମୋଟ ୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ତେବେ ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୫୦୫୧୪ଟି ନମୂନା ମଧ୍ୟରୁ ଭୁବନେଶ୍ୱରସ୍ଥିତ ଆରସିଏମଆରରେ ମେ’ ୬ତାରିଖ ସୁଦ୍ଧା ୨୬୩୨୮ଟି ନମୂନା ପରୀକ୍ଷା ହୋଇଛି। ଏହି ନମୂନାରୁ ୧୬୦ଟି ସଂକ୍ରମଣ ମାମଲା ପଦାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story