ପ୍ରଥମ ପର୍ଯ୍ୟାୟରେ ମଇଦାନରେ ୫୫ 'ଦାଗୀ' ନେତା ଓ ୧୮ମହିଳା ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୧ ତାରିଖରେ ରାଜ୍ୟର ୪ଟି ଲୋକସଭା ଓ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ମୋଟ ୧୮ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୫୫ଜଣ ‘ଦାଗୀ’ ନେତା ଅଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି। ସେଥିରେ […]

rr

rr

Tapas Behera
  • Published: Sunday, 07 April 2019
  • Updated: 07 April 2019, 11:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୧ ତାରିଖରେ ରାଜ୍ୟର ୪ଟି ଲୋକସଭା ଓ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ମୋଟ ୧୮ଜଣ ମହିଳା ପ୍ରାର୍ଥୀ ଥିବାବେଳେ ୫୫ଜଣ 'ଦାଗୀ' ନେତା ଅଛନ୍ତି। ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପ୍ରାର୍ଥୀଙ୍କ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି। ସେଥିରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି, ଲିଙ୍ଗ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୯୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୯ଜଣଙ୍କ ସତ୍ୟପାଠକୁ ବିଶ୍ଲେଷଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଏହି ବିଧାନସଭା ଆସନ ପାଇଁ ଦାଖଲ କରିଥିବା ୧୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ଜଣ ପ୍ରାର୍ଥୀ(୨୯%) ନିଜ ସତ୍ୟପାଠରେ ନିଜର ଅପରାଧିକ ମାମଲା ଉଲ୍ଲେଖ କରିଛନ୍ତି। ଏଥିରୁ ୩୫ଜଣ(୧୯%) ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ରହିଛି। ଏଥିରେ କଂଗ୍ରେସର ୧୬ଜଣ ପ୍ରାର୍ଥୀ 'ଦାଗୀ' ହୋଇଥିବାବେଳେ ଏଥିମଧ୍ୟରୁ ୧୦ଜଣଙ୍କ ନାଁରେ ସଙ୍ଗୀନ ମାମଲା ରହିଛି।

ସେହିପରି ବିଜେପିର ୧୧ଜଣ ପ୍ରାର୍ଥୀ 'ଦାଗୀ' ହୋଇଥିବାବେଳେ ୮ଜଣଙ୍କ ନାଁରେ ସଙ୍ଗିନ ମାମଲା ଓ ବିଜେଡିର ୯ଜଣଙ୍କ ମଧ୍ୟରୁ ୬ଜଣଙ୍କ ନାଁରେ ସଙ୍ଗିନ ମାମଲା ଅଛି। ବିଧାନସଭାରେ ୨ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ତିରୁପତି ପାଣିଗ୍ରାହୀ(ପାରଳାଖେମୁଣ୍ଡି)ଙ୍କ ନାଁରେ ସର୍ବାଧିକ ୩୬ଟି ଅପରାଧିକ ମାମଲା, ଶିବଶଙ୍କର ଦାସ(ବ୍ରହ୍ମପୁର)ଙ୍କ ନାଁରେ ୩୫ଟି ମାମଲା ଓ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ(ଚିକିଟି)ଙ୍କ ନାଁରେ ୧୩ଟି ମାମଲା ରହିଛି।

୪୯ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି କୋଟିଏରୁ ଅଧିକ ହୋଇଥିବାବେଳେ ବିଜେପିର ଅନନ୍ତ ପ୍ରତାପ ଦେଓ ୨୭.୬୬କୋଟି ଟଙ୍କାର ସମ୍ପତ୍ତି ସହ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସବୁଠୁ ଧନୀ ପ୍ରାର୍ଥୀ ପାଲଟିଛନ୍ତି । କଂଗ୍ରେସର ଲିଙ୍ଗରାଜ ଚୌଧୁରୀ ୧୭.୭୧ କୋଟି ଟଙ୍କା ଓ ବିଜେଡିର ସୂର୍ଯ୍ୟନାରାୟଣ ପାତ୍ର ୧୬.୮୬ କୋଟି ଟଙ୍କାର ସମ୍ପତ୍ତି ସହ ଧନୀ ପ୍ରାର୍ଥୀ ତାଲିକାରେ ରହିଛନ୍ତି। ବିଜେଡିର ସର୍ବାଧିକ ୬୧ ପ୍ରତିଶତ ପ୍ରାର୍ଥୀ କୋଟିପତି ତାଲିକାରେ ଅଛନ୍ତି।

ସେହିପରି ବିଧାନସଭା ପାଇଁ ମୋଟ ୧୬ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ୪ ଲୋକସଭା ଆସନ ପାଇଁ ମୋଟ ୨୬ଜଣ ପ୍ରାର୍ଥୀ ଥିବାବେଳେ ଏଥିରେ ୨ଜଣ ମହିଳା ଅଛନ୍ତି। ଜଣେ ବିଜେଡିର କୌଶଲ୍ୟା ହିକକା(କୋରାପୁଟ) ଓ ଅନ୍ୟଜଣେ ବିଏସପିର କମଳିନୀ ଯାଦବ(କଳାହାଣ୍ଡି)।

ସେହିପରି ୧୮୯ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୧ଜଣ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ, ୮୨ଜଣ ପ୍ରାର୍ଥୀ ଗ୍ରାଜୁଏଟ ବା ତଦୁର୍ଦ୍ଧ୍ଵ, ଜଣେ ସାମାନ୍ୟ ସାକ୍ଷର ଓ ଜଣେ ପ୍ରାର୍ଥୀ ନିଜର ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିନଥିବା ଜଣାପଡ଼ିଛି। ବିଧାନସଭାରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫୯ଜଣଙ୍କର ବୟସ ୨୫ରୁ ୪୦ବର୍ଷ ମଧ୍ୟରେ ହୋଇôଥବାବେଳେ ୧୧୦ଜଣଙ୍କ ବୟସ ୪୧ରୁ ୬୦ବର୍ଷ ମଧ୍ୟରେ ଓ ୧୯ଜଣଙ୍କର ବୟସ ୬୧ରୁ ୭୦ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି।

ସେହିପରି ଲୋକସଭାରେ ମୋଟ ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ଜଣ ନିଜର ଅପରାଧିକ ମାମଲା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେଥିରୁ ୫ଜଣଙ୍କ ବିରୁଦ୍ଧରେ ସଙ୍ଗିନ ମାମଲା ରହିଛି। ଏହି ୫ଜଣଙ୍କ ମଧ୍ୟରେ ବିଜେପି ଓ କଂଗ୍ରେସର ୨ଜଣ ଲେଖାଏ ଥିବାବେଳେ ଜଣେ ସିପିଆଇଏମଏଲ୍ ରେଡଷ୍ଟାର ପ୍ରାର୍ଥୀ। ସେହିପରି ଲୋକସଭା ମଇଦାନରେ ଥିବା ୨୬ଜଣ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ଭି.ଚନ୍ଦ୍ରଶେଖର ନାଇଡୁ(ବ୍ରହ୍ମପୁର) ୩୬କୋଟି ଟଙ୍କା ସହ ସବୁଠୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ବଳଭଦ୍ର ମାଝୀ(କଳାହାଣ୍ଡି) ୮.୭୪ କୋଟି ଟଙ୍କା ସହ ଦ୍ୱିତୀୟ ଓ ଜୟରାମ ପାଙ୍ଗୀ(କୋରାପୁଟ) ୪.୧୯କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛନ୍ତି।

ବିଧାନସଭା ମଇଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୭ଜଣ ନିଜର ପ୍ୟାନ୍ ନମ୍ବର ଦାଖଲ କରିନାହାନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story