ଗାଁ ମୁଣ୍ଡରେ ଲାଗିଛି ନୋଟିସ୍‌, ପଶିଲେ ୫୦୦୦ ଟଙ୍କା ଫାଇନ୍‌

ଚନ୍ଦ୍ରପୁର (ନନ୍ଦକିଶୋର ପଟ୍ଟନାୟକ): ସାବଧାନ! ଗାଁ ଭିତରକୁ ପ୍ରବେଶ କଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହି ଅଜବ ସର୍ତ୍ତ କେବଳ ଅଜଣା ବାହାର ଲୋକଙ୍କ ପାଇଁ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁରେ ମୁଦ୍ର ପୂଜା ଚାଲିଥିବାରୁ ଲୋକେ ଏପରି ସର୍ତ୍ତ ରଖିଛନ୍ତି। ଯାହାର ହାତ ଲେଖା ପୋଷ୍ଟର ଗାଁରେ ଲାଗିଥିବା ଦେଖିବାକୁ ମିଳିଛି। ବଣ ପାହାଡ଼ ଘେରା ଭିତରେ ରହିଛି ବିଷମକଟକ ଥାନା ଖୁଣ୍ଟବାଡି ଗାଁ। ଏଠାରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା […]

gunupur

Manoranjan Sial
  • Published: Thursday, 23 January 2020
  • , Updated: 23 January 2020, 06:51 PM IST

ଚନ୍ଦ୍ରପୁର (ନନ୍ଦକିଶୋର ପଟ୍ଟନାୟକ): ସାବଧାନ! ଗାଁ ଭିତରକୁ ପ୍ରବେଶ କଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହି ଅଜବ ସର୍ତ୍ତ କେବଳ ଅଜଣା ବାହାର ଲୋକଙ୍କ ପାଇଁ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁରେ ମୁଦ୍ର ପୂଜା ଚାଲିଥିବାରୁ ଲୋକେ ଏପରି ସର୍ତ୍ତ ରଖିଛନ୍ତି। ଯାହାର ହାତ ଲେଖା ପୋଷ୍ଟର ଗାଁରେ ଲାଗିଥିବା ଦେଖିବାକୁ ମିଳିଛି।

ବଣ ପାହାଡ଼ ଘେରା ଭିତରେ ରହିଛି ବିଷମକଟକ ଥାନା ଖୁଣ୍ଟବାଡି ଗାଁ। ଏଠାରେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଦ୍ରା ପୂଜା ହୋଇଥାଏ। ୨୫ ବର୍ଷର ଥରେ ଏହି ପୂଜା ଗାଁ ଲୋକମାନେ କରିଥାଆନ୍ତି। ମୁଦ୍ରା ପୂଜା କଲେ ଗାଁ ଲୋକଙ୍କ ମଙ୍ଗଳ କାମନା ହୋଇଥାଏ। ଏପରିକି ଗାଁ ଲୋକଙ୍କୁ କୌଣସି ରୋଗବ୍ୟାଧି ହୋଇନଥାଏ ବୋଲି ଆଦିବାସୀଙ୍କର ବିଶ୍ୱାସ ରହିଛି। ସେଥିପାଇଁ କେଉଁ କାଳରୁ ଏହି ପୂଜା କରିଆସୁଛନ୍ତି ଗାଁ ଲୋକେ। ଚଳିତବର୍ଷ ଜାନୁଆରୀ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଚାଲିଛି। ସେଥିପାଇଁ ଗାଁ ଉତ୍ସବ ମୁଖର ହୋଇଛି।

ମୁଦ୍ରା ପୂଜା ସମୟରେ ଗାଁ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ରହିଛି। ଆଉ ଏହାର ଖିଲାପ କଲେ ୫୦୦୦ ଟଙ୍କା ଜୋରିମାନା କରାଯାଇଛି। ଗାଁର ପ୍ରବେଶ ପଥରେ ଏହି ନିର୍ଦ୍ଦେଶନାମା (ହାତ ଲେଖା ପୋଷ୍ଟର) ଏକ ଗଛରେ ଲାଗିଛି। ସେଥିରେ ଲେଖା ହୋଇଛି “ଦୟାକରି ଗେଟ୍‌ ଭିତରକୁ କେହି ପ୍ରବେଶ କରନ୍ତୁ ନାହିଁ। କାହିଁକି ନା ଗାଁ ଭିତରେ ପୂଜା ଚାଲିଛି। ଯଦି କେହି ବିନା ଅନୁମତିରେ ପ୍ରବେଶ କରନ୍ତି, ତାହାହେଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ।”

ଏପରିକି ଶିକ୍ଷକମାନେ ମଧ୍ୟ ଏହି ରାସ୍ତାଦେଇ ସ୍କୁଲକୁ ଯାଇପାରିବେ ନାହିଁ। ଚାକିରି ଭୟରେ ଶିକ୍ଷକମାନେ ଜଙ୍ଗଲ ରାସ୍ତାଦେଇ ଯାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ ନ ଆସିବାରୁ ଦୁଇ ଦିନ ହେଲା ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିବା ଶିକ୍ଷକ କହିଛନ୍ତି। ଗାଁକୁ ଦିଶାରୀ ଆସି ପୂଜା କରୁଥିବାରୁ ଏଭଳି ବାରଣ କରାଯାଇଛି। ତେବେ ଲଗାତାର ତିନି ଦିନ ଧରି ଗାଁରେ ଏପରି ଅବସ୍ଥା ଉପୁଜିବା ପରେ ମଧ୍ୟ ପ୍ରଶାସନ ତରଫରୁ ଗାଁ ଲୋକଙ୍କୁ ସଚେତନ କରିବାର ବ୍ୟବସ୍ଥା କରାଯାଇ ନାହିଁ ।

Related story