ମହିଳା ଓ ଶିଶୁବିକାଶ ବିଭାଗର ୫ ଅନଲାଇନ୍ ସେବା ଲୋକାର୍ପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଓ ଶିଶୁବିକାଶ ବିଭାଗର ୫ଟି ନୂଆ ଅନଲାଇନ ସେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ୫ଟି ସେବାଗୁଡ଼ିକ ହେଲା ଇ-କଳିକା, ମୋ ଛତୁଆ ଆପ୍ , ଇ-ମାନଦେୟ ପୋର୍ଟାଲ, ମମତା ଆପ ଓ ମୋ ଶିଶୁ ପୋର୍ଟାଲ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଗତ ୨୦ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଓ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି […]

cmo

cmo

Ordigital Desk
  • Published: Thursday, 25 February 2021
  • Updated: 25 February 2021, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ଓ ଶିଶୁବିକାଶ ବିଭାଗର ୫ଟି ନୂଆ ଅନଲାଇନ ସେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ୫ଟି ସେବାଗୁଡ଼ିକ ହେଲା ଇ-କଳିକା, ମୋ ଛତୁଆ ଆପ୍ , ଇ-ମାନଦେୟ ପୋର୍ଟାଲ, ମମତା ଆପ ଓ ମୋ ଶିଶୁ ପୋର୍ଟାଲ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଗତ ୨୦ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଓ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛି। ଏଥିପାଇଁ ପଂଚାୟତ ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣଠୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୮୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତିକରଣ, ଶିଶୁମାନଙ୍କର ଯତ୍ନ ଓ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି। ସମଗ୍ର ଦେଶରେ ଏପର୍ଯ୍ୟନ୍ତ କେବଳ ଓଡ଼ିଶାର ହିଁ ପୁଷ୍ଟି ବଜେଟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମା’ ଓ ଶିଶୁମାନଙ୍କୁ ସବୁପ୍ରକାର ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ିଠାରୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରେଚ, କର୍ମଜୀବୀମାନଙ୍କ ପାଇଁ ହଷ୍ଟେଲ, ଅନାଥାଶ୍ରମ ଓ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନ କାର୍ଯ୍ୟ କରୁଛି।

ଇ-କଳିକା ଆପ୍ ମାଧ୍ୟମରେ କ୍ରେଚରେ ରହୁଥିବା ୩ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ପାଇଁ ଥିବା ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରାଯାଇପାରିବ। ମୋ-ଛତୁଆ ଆପ୍ ଜାରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ ଓ ପାରଦର୍ଶୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମମତା’କୁ ଆହୁରି ଲୋକାଭିମୁଖୀ ଓ ସେବାକେନ୍ଦ୍ରିକ କରିବା ପାଇଁ ମମତା ମୋବାଇଲ ଆପ୍ ଖୋଲାଯାଇଛି। ଏଥିରେ ଘରେ ବସି ମା’ମାନେ ପଞ୍ଜିକରଣଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇପାରିବେ ଓ ଅଭିଯୋଗ ପାଇଁ ୧୮୧ ହେଲପଲାଇନକୁ ମଧ୍ୟ ବ୍ୟବହାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos