ବିଧାୟକ ରାତି ଅଧରେ ଡରାଇବା ପାଇଁ ଯାଇଥିଲେ : ସାଲୁଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡାମାଡ଼ ହେଲେ  ୩୦୭ ଦଫା ଲାଗୁଛି। କିନ୍ତୁ ଜଣେ ନିରୀହ ଶିଖ୍‌ ଯୁବକ ପରମିନ୍ଦର ସିଂହଙ୍କୁ ଯେଉଁଭଳି ଘୋଷାଡ଼ି ଘୋଷାଡ଼ି ମାଡ଼ ହେଲା ତାଙ୍କ କ୍ଷେତ୍ରରେ ମାମୁଲି ଦଫା ଲାଗିଲା। ଅଭିଯୁକ୍ତମାନେ ଗିରଫ ହେବାର ୪ ଘଣ୍ଟା ପରେ ଜାମିନ ପାଇଲେ। କେବଳ ୫ଟି କଥା କହି ସରକାର ଲୋକଙ୍କୁ ବୋକା ବନାଉଛନ୍ତି । ରାଜଧାନୀରେ ଶିଖ୍ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନିନ୍ଦା କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ […]

b-90876

Tapas Behera
  • Published: Thursday, 16 January 2020
  • , Updated: 16 January 2020, 05:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡାମାଡ଼ ହେଲେ  ୩୦୭ ଦଫା ଲାଗୁଛି। କିନ୍ତୁ ଜଣେ ନିରୀହ ଶିଖ୍‌ ଯୁବକ ପରମିନ୍ଦର ସିଂହଙ୍କୁ ଯେଉଁଭଳି ଘୋଷାଡ଼ି ଘୋଷାଡ଼ି ମାଡ଼ ହେଲା ତାଙ୍କ କ୍ଷେତ୍ରରେ ମାମୁଲି ଦଫା ଲାଗିଲା। ଅଭିଯୁକ୍ତମାନେ ଗିରଫ ହେବାର ୪ ଘଣ୍ଟା ପରେ ଜାମିନ ପାଇଲେ। କେବଳ ୫ଟି କଥା କହି ସରକାର ଲୋକଙ୍କୁ ବୋକା ବନାଉଛନ୍ତି । ରାଜଧାନୀରେ ଶିଖ୍ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ନିନ୍ଦା କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏମିତି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାତି ଅଧରେ ପୁଲିସ ଏସିପି ଏବଂ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କୁ ଯାଇ ଭେଟିଛନ୍ତି ଏବଂ ତାଙ୍କୁ ଭୟଭୀତ କରିଛନ୍ତି।  ଯାହାଫଳରେ ସେ ଆଉ ଓଡ଼ିଶାରେ ରହିବା ପାଇଁ ଇଚ୍ଛୁକ ନୁହେଁ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାରତରେ ରହିବାର ଅଧିକାର ରହିଛି।  ତେଣୁ ପରମିନ୍ଦର ସିଂହଙ୍କ କ୍ଷେତ୍ରରେ ଏନ୍‌ଏସଏ ଲାଗୁ କରାଯାଉ ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ପରମିନ୍ଦର ସ୍କୁଲରୁ ନିଜ ଝିଅକୁ ନେଇ ଘରକୁ ଫେରୁଥିବା ବେଳେ ପାର୍କିଂକୁ ନେଇ କିଛି ଯୁବକଙ୍କ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସମ୍ପୃକ୍ତ ଯୁବକମାନେ ପରମିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପିସିଆର ଇନଚାର୍ଜଙ୍କୁ ନିଲମ୍ବିତ କରିଛନ୍ତି ।

Related story