୬ ଉପଦେଷ୍ଟାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ପଦପଦବୀରେ ଥଇଥାନ ଘୋଷଣାର ପ୍ରାୟ ୨୦ଦିନ ପରେ ‘ଉପଦେଷ୍ଟା’ ପଦବୀରେ ନିଯୁକ୍ତି ପାଇଥିବା ବିଜେଡି ନେତାମାନଙ୍କୁ ଆଜି ବିଭିନ୍ନ ପାହ୍ୟାର ସୁବିଧାସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଟାଣିଓଟାରି ସରକାର ସୃଷ୍ଟି କରିଥିବା ଏହି ଉପଦେଷ୍ଟାମାନଙ୍କର କାର୍ଯ୍ୟ କ’ଣ ହେବ ସେ ନେଇ କିନ୍ତୁ ଆବଶ୍ୟକ ଗାଇଡଲାଇନ୍ ବାହାରି ନଥିବା ଜଣାପଡ଼ିଛି। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଜେଡିର ୧୧ଜଣ ନେତା ତଥା ସରକାରଙ୍କ ବିଭିନ୍ନ […]

secretariat-odisha-750x430

Subrat Kumar Nayak
  • Published: Thursday, 05 September 2019
  • , Updated: 05 September 2019, 11:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ପଦପଦବୀରେ ଥଇଥାନ ଘୋଷଣାର ପ୍ରାୟ ୨୦ଦିନ ପରେ ‘ଉପଦେଷ୍ଟା’ ପଦବୀରେ ନିଯୁକ୍ତି ପାଇଥିବା ବିଜେଡି ନେତାମାନଙ୍କୁ ଆଜି ବିଭିନ୍ନ ପାହ୍ୟାର ସୁବିଧାସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଟାଣିଓଟାରି ସରକାର ସୃଷ୍ଟି କରିଥିବା ଏହି ଉପଦେଷ୍ଟାମାନଙ୍କର କାର୍ଯ୍ୟ କ’ଣ ହେବ ସେ ନେଇ କିନ୍ତୁ ଆବଶ୍ୟକ ଗାଇଡଲାଇନ୍ ବାହାରି ନଥିବା ଜଣାପଡ଼ିଛି।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଜେଡିର ୧୧ଜଣ ନେତା ତଥା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟାଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ଓ ଅନ୍ୟ ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାର ସୁବିଧାସୁଯୋଗ ମିଳିବ।

ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁନ୍ନା ଖାଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ଭଳି ସୁବିଧାସୁଯୋଗ ମିଳିବ। ସେହିପରି ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ୍ କୁମାରଙ୍କୁ ‘ମୁଖ୍ୟ ସଚିବ’ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଚିଲିକା ଉନ୍ନୟନ ପ୍ରାଧିକରଣ ଉପଦେଷ୍ଟା ଉକ୍ରଳ କେଶରୀ ପରିଡ଼ାଙ୍କୁ ‘ପ୍ରମୁଖ ସଚିବ’ ପାହ୍ୟାର ଦରମା ଓ ସୁବିଧାସୁଯୋଗ ମିଳିବ।ତେବେ ଏହି ଉପଦେଷ୍ଟାମାନଙ୍କର କାର୍ଯ୍ୟ କ’ଣ ହେବ ସେ ନେଇ କୌଣସି ଗାଇଡଲାଇନ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି।

Related story