ତିନି ଜଣ ନିଖୋଜ ଘଟଣାର ପର୍ଦ୍ଦାଫାସ୍‌, ୬ ଗିରଫ

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଳକ୍ ଖମାର ଥାନା କୁଞ୍ଜାମ ଗାଁରୁ ତିନି ଜଣ ନିଖୋଜ ହେବା ଘଟଣାର ପର୍ଦ୍ଦାଫାସ ହୋଇଛି। ତିନି ନିଖୋଜଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ନଦୀରୁ ମିଳିଥିବା ବେଳେ ଆଉ ଜଣଙ୍କ ମୃତଦେହକୁ ଖୋଜା ଯାଉଛି। ଆଉ ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରିବା ଅଭିଯୋଗରେ ଖମାର ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଜେରା ବେଳେ ୬ ଜଣ ଯାକ ଅଭିଯୁକ୍ତ ସେମାନଙ୍କ […]

Village

Village

Jitendra Garnayak
  • Published: Monday, 02 August 2021
  • Updated: 02 August 2021, 02:32 PM IST

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଳକ୍ ଖମାର ଥାନା କୁଞ୍ଜାମ ଗାଁରୁ ତିନି ଜଣ ନିଖୋଜ ହେବା ଘଟଣାର ପର୍ଦ୍ଦାଫାସ ହୋଇଛି। ତିନି ନିଖୋଜଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ନଦୀରୁ ମିଳିଥିବା ବେଳେ ଆଉ ଜଣଙ୍କ ମୃତଦେହକୁ ଖୋଜା ଯାଉଛି। ଆଉ ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରିବା ଅଭିଯୋଗରେ ଖମାର ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ଜେରା ବେଳେ ୬ ଜଣ ଯାକ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି। ଗୁଣିଗାରେଡ଼ି ସନ୍ଦେହରେ ସେମାନେ କୁଞ୍ଜାମର ଜିତମୁଣ୍ଡା ସାହିର ବୁଦ୍ଧୁ ଚାତର, ତାଙ୍କ ସ୍ତ୍ରୀ ମୁନି ଚାତର ଓ ଦେଉଳି ସାହିରେ ରହୁଥିବା ବୁଦ୍ଧୁଙ୍କ ପୁତୁରା ବୁଦ୍ଧିଆ ଗାଗରାଇଙ୍କୁ ହତ୍ୟା କରିଥିବା କହିଛନ୍ତି।

୩୦ ତାରିଖ ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ବୁଦ୍ଧିଆ ତାଙ୍କ କକା ବୁଦ୍ଧୁ ଚାତରଙ୍କ ଘରେ ଥିଲେ। ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଏହି ୬ ଅଭିଯୁକ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ବୁଦ୍ଧୁ, ମୁନି ଓ ବୁଦ୍ଧିଆଙ୍କୁ ପିଟିପିଟି ମାରି ଦେଇଥିଲେ। ତା’ପରେ ସମାକୋଇ ନଦୀରେ ଫିଙ୍ଗି ଦେଇଥିଲେ।

ଏହି ତିନି ମୃତକଙ୍କ ମଧ୍ୟରୁ ଗତକାଲି ବୁଦ୍ଧୁ ଚାତରଙ୍କ ମୃତଦେହକୁ ଠାବ କରାଯାଇଥିଲା। ଆଜି ବୁଦ୍ଧିଆଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଏଯାବତ୍ ମୁନିଙ୍କ ମୃତଦେହ ମିଳି ନାହିଁ। ଅଗ୍ନିଶମ ବାହିନୀ ନଦୀରେ ତାଙ୍କ ମୃତଦେହକୁ ଖୋଜୁଛି।

୬ ଅଭିଯୁକ୍ତଙ୍କର ଆଜି ଡାକ୍ତରୀ ପରୀକ୍ଷା କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos