୩ଟି ବଜ୍ରକାପ୍ତା କାତିର ମୂଲ୍ୟ ୭ ଲକ୍ଷ ଟଙ୍କା, ଏପରି ଡିଲ୍‌ କରି ୬ ଗିରଫ

ଉଦଳା(ମାନସ ପାଣି): ବଜ୍ରକାପ୍ତାର ୩ଟି କାତିର ମୂଲ୍ୟ ୭ ଲକ୍ଷ ଟଙ୍କା। ଏଥିନିମନ୍ତେ ଡିଲ୍‌ ହେଉଥିବା ବେଳେ ବନ ବିଭାଗ ହାବୁଡରେ ପଡିଛନ୍ତି ୬ ବଜ୍ରକାପ୍ତା ବେପାରୀ। ଉଦଳା ବନାଂଚଳ ଏରିଆରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧୀନ ବୃନ୍ଦାଗଡି ଏବଂ ବାଲିଛତ୍ରା ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ବଜ୍ରକାପ୍ତା କାତି ବେପାର ନିମନ୍ତେ ଡିଲ୍‌ ହେଉଥିଲା। ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଏହି ଡିଲ୍‌ କରୁଥିଲେ। ଗିରଫ ବେପାରୀମାନେ […]

udala-1

Niharika Rout
  • Published: Monday, 21 October 2019
  • , Updated: 21 October 2019, 02:05 PM IST

ଉଦଳା(ମାନସ ପାଣି): ବଜ୍ରକାପ୍ତାର ୩ଟି କାତିର ମୂଲ୍ୟ ୭ ଲକ୍ଷ ଟଙ୍କା। ଏଥିନିମନ୍ତେ ଡିଲ୍‌ ହେଉଥିବା ବେଳେ ବନ ବିଭାଗ ହାବୁଡରେ ପଡିଛନ୍ତି ୬ ବଜ୍ରକାପ୍ତା ବେପାରୀ। ଉଦଳା ବନାଂଚଳ ଏରିଆରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧୀନ ବୃନ୍ଦାଗଡି ଏବଂ ବାଲିଛତ୍ରା ଅଞ୍ଚଳରେ ଗତକାଲି ବିଳମ୍ୱିତ ରାତିରେ ବଜ୍ରକାପ୍ତା କାତି ବେପାର ନିମନ୍ତେ ଡିଲ୍‌ ହେଉଥିଲା। ବନବିଭାଗ କର୍ମଚାରୀ ଗ୍ରାହକ ସାଜି ଏହି ଡିଲ୍‌ କରୁଥିଲେ। ଗିରଫ ବେପାରୀମାନେ ହେଲେ ନିଶିକାନ୍ତ ଜେନା, ସୁଦାମ ଖଣ୍ଡେଇ, ସୁକୁଲ ଟୁଡୁ, ଗୁରୁ ଚରଣ ବିନ୍ଧାଣୀ, ରବି ପାତ୍ର, ପ୍ରଶାନ୍ତ କୁମାର ମିଶ୍ର।

ଏହା ସହିତ ବେପାରୀଙ୍କ ନିକଟରୁ ଦୁଇ ଗୋଟି ବାଇକ୍‌ ସହିତ ୩ ଗୋଟି ବଜ୍ରକାପ୍ତା କାତି ଜବତ କରିଛି। ପୂର୍ବରୁ ବଜ୍ରକାପ୍ତ ଚୋରା ଚାଲାଣରେ ଉଦଳା ଅଂଚଳର ତିନି ଜଣ ଗିରଫ ହୋଇଥିଲେ। ତେବେ ଏ ସଂପର୍କରେ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Related story