ଆଜି ଶପଥ ନେବେ ୬ କ୍ୟାବିନେଟ୍‌, ୪ ରାଷ୍ଟ୍ରପାହ୍ୟା ମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଭବନର ଅଭିଷେକ ହଲ୍‌ରେ ଶପଥ ନେବେ ୧୦ ନୂଆ ମନ୍ତ୍ରୀ। ସକାଳ ୯ଟା ୧୦ ମିନିଟ୍‌ରେ ରାଜ୍ୟପାଳ ଏସ୍‌.ସି ଜମିର ଶପଥ ପାଠ କରାଇବେ। ଏମାନଙ୍କ ମଧ୍ୟରେ ୬ ଜଣ କ୍ୟାବିନେଟ୍‌ ପାହ୍ୟା ଏବଂ ୪ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଅଛନ୍ତି। ଏହାସହ ୨ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟାକୁ ପଦୋନ୍ନତି ମିଳିଛି। ମିଳିଥିବା ସୂଚନା ଅନୁସାରେ ପ୍ରତାପ ଜେନା, ଶଶିଭୂଷଣ ବେହେରା, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟନାରାୟଣ ପାତ୍ର ଏବଂ […]

minister

Rakesh Mallick
  • Published: Sunday, 07 May 2017
  • , Updated: 07 May 2017, 02:59 PM IST

ଭୁବନେଶ୍ୱର: ଆଜି ରାଜଭବନର ଅଭିଷେକ ହଲ୍‌ରେ ଶପଥ ନେବେ ୧୦ ନୂଆ ମନ୍ତ୍ରୀ। ସକାଳ ୯ଟା ୧୦ ମିନିଟ୍‌ରେ ରାଜ୍ୟପାଳ ଏସ୍‌.ସି ଜମିର ଶପଥ ପାଠ କରାଇବେ। ଏମାନଙ୍କ ମଧ୍ୟରେ ୬ ଜଣ କ୍ୟାବିନେଟ୍‌ ପାହ୍ୟା ଏବଂ ୪ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଅଛନ୍ତି। ଏହାସହ ୨ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ ପାହ୍ୟାକୁ ପଦୋନ୍ନତି ମିଳିଛି।

ମିଳିଥିବା ସୂଚନା ଅନୁସାରେ ପ୍ରତାପ ଜେନା, ଶଶିଭୂଷଣ ବେହେରା, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟନାରାୟଣ ପାତ୍ର ଏବଂ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକ ଓ ରମେଶ ମାଝିଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ମିଳିଛି।

ଏହାବାଦ୍‌ ସୁଶାନ୍ତ ସିଂ, ଅନନ୍ତ ଦାସ, ନୃସିଂହ ସାହୁ ଓ ଚନ୍ଦ୍ରସାରଥୀ ବେହେରା ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବେ।

Related story