ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of six Covid positive patients while under treatment in hospitals.
1. A 70-year old Male of Ganjam district who was also suffering from Diabetes.
2. A 40-year old Male of Ganjam district.
— H & FW Dept Odisha (@HFWOdisha) July 20, 2020
3. A 55-year old female of Gajapati district who was also suffering from Diabetes.
4. A 42-year old Male of Ganjam district who was also suffering from Diabetes.
5. A 54-year old Male of Ganjam district.
— H & FW Dept Odisha (@HFWOdisha) July 20, 2020
6. A 52-year old Male of Ganjam district who was also suffering from Hypertension and Diabetes.
— H & FW Dept Odisha (@HFWOdisha) July 20, 2020
ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ପୁରୁଷ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ମହିଳା ଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧ, ୪୨ ବର୍ଷୀୟ ଯୁବକ ମଧୁମେହରେ ପୀଡ଼ିତ ଥିବା ବେଳେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ। ଏହାବ୍ୟତୀତ ଜିଲ୍ଲାର ଅନ୍ୟ ୨ ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ୫୪ ବର୍ଷ ।
ଗଜପତି ଜିଲ୍ଲାର ମୃତା ୫୫ ବର୍ଷୀୟା ଆକ୍ରାନ୍ତ ମହିଳାଜଣକ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୫୯ ଛୁଇଁଥିବା ବେଳେ ଗଜପତିରେ ଏହି ସଂଖ୍ୟା ୪ରେ ପହଞ୍ଚିଛି।