ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌

ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ କରାଯାଇଛି । ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍‌କୁ ବନ୍ଦ ରଖାଯାଇଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୭ […]

hirakud-1..

Niharika Rout
  • Published: Saturday, 07 September 2019
  • , Updated: 07 September 2019, 11:53 AM IST

ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ କରାଯାଇଛି । ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍‌କୁ ବନ୍ଦ ରଖାଯାଇଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ଜଣାଯାଇଛି।

Related story