ଗୋଡ଼ଭଙ୍ଗା ଘାଟିରେ ୨୦ ଫୁଟ୍‌ ତଳକୁ ଓଲଟି ପଡ଼ିଲା କାର୍‌

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାଜ୍ୟ ରାଜପଥ ୫୩ ର ଗୋଡ଼ଭଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ  କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହୋଇ ୨୦ଫୁଟ୍ ତଳକୁ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୬ଜଣ ଆହତ ହୋଇଛନ୍ତି।  ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  […]

Accident

Tapaswini Nayak
  • Published: Wednesday, 22 December 2021
  • , Updated: 22 December 2021, 12:06 PM IST

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାଜ୍ୟ ରାଜପଥ ୫୩ ର ଗୋଡ଼ଭଙ୍ଗା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ  କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହୋଇ ୨୦ଫୁଟ୍ ତଳକୁ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୬ଜଣ ଆହତ ହୋଇଛନ୍ତି।  ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ସମସ୍ତଙ୍କ ଘର କରଞ୍ଜିଆ ଅଞ୍ଚଳରେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାର୍‌ରେ ଡ୍ରାଇଭର ସମେତ ଛଅ ଜଣ ଠାକୁରମୁଣ୍ଡା ବ୍ଲକ କେଶଡିହା ଅଞ୍ଚଳରୁ ଭଦ୍ରକ ଧାମନଗର ଅଭିମୁଖେ ଆସୁଥିଲେ। ତେବେ ଆନନ୍ଦପୁର ଉପଖଣ୍ଡ ରାଜ୍ୟ ରାଜପଥ ୫୩ ର ଗୋଡ଼ଭଙ୍ଗା ଘାଟିରେ କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।  ସମସ୍ତେ କାମ କରିବାକୁ  ଧାମନଗର  ଯାଉଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।

 

 

 

Related story