୨ଟି ପର୍ଯ୍ୟାୟରେ ୬ ଲକ୍ଷ ପରିବାର ପାଇନାହାନ୍ତି କୋଭିଡ୍ ସହାୟତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସମୟରେ ଜୀବନଜୀବିକା ପ୍ରଭାବିତ ହେଇଥିବାରୁ ଗରିବ ରାସନକାର୍ଡଧାରୀଙ୍କୁ ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । ଏହି ସହାୟତାକୁ ରାସନ କାର୍ଡଧାରୀମାନେ ନିଜର ମାସିକ ରାସନ୍ ସାମଗ୍ରୀ ସହ ନଗଦ ଆକାରରେ ନିଜ ଅଂଚଳର କଂଟ୍ରୋଲ ଡିଲର ମାଧ୍ୟମରେ ପାଇଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୨.୦୯ଲକ୍ଷ ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩.୬୪ଲକ୍ଷ ପରିବାର ଏହି ସହାୟତା ପାଇବାରୁ ବଂଚିତ ଅଛନ୍ତି । କେଉଁ […]

Image

Image

Ordigital Desk
  • Published: Wednesday, 13 July 2022
  • Updated: 13 July 2022, 05:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସମୟରେ ଜୀବନଜୀବିକା ପ୍ରଭାବିତ ହେଇଥିବାରୁ ଗରିବ ରାସନକାର୍ଡଧାରୀଙ୍କୁ ଓଡ଼ିଶା ସରକାର ଦୁଇଟି ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ସହାୟତା ଦେଇଥିଲେ । ଏହି ସହାୟତାକୁ ରାସନ କାର୍ଡଧାରୀମାନେ ନିଜର ମାସିକ ରାସନ୍ ସାମଗ୍ରୀ ସହ ନଗଦ ଆକାରରେ ନିଜ ଅଂଚଳର କଂଟ୍ରୋଲ ଡିଲର ମାଧ୍ୟମରେ ପାଇଥିଲେ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ୨.୦୯ଲକ୍ଷ ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩.୬୪ଲକ୍ଷ ପରିବାର ଏହି ସହାୟତା ପାଇବାରୁ ବଂଚିତ ଅଛନ୍ତି । କେଉଁ ପରିସ୍ଥିତିରେ ସମ୍ପୃକ୍ତ ପରିବାରଗୁଡ଼ିକୁ କୋଭିଡ୍ ସହାୟତା ଦିଆଗଲାନି ତାହା ଏବେବି ଅସ୍ପଷ୍ଟ ।

ଆଜି ବିଧାନସଭାରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ରାସନ କାର୍ଡଧାରୀ ପରିବାର ୯୫ଲକ୍ଷ ୫୧ହଜାର ୬୯୪ ଥିଲା । ଏବେ ତାହା ୯୫ଲକ୍ଷ ୮୫ହଜାର ୭୬୬ ଅଛି । ଏହି ରାସନକାର୍ଡଧାରୀ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୩ଲକ୍ଷ ୪୨ହଜାର ୪୪ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୨ଲକ୍ଷ ୨୧ହଜାର ୨୭୧ଟି ପରିବାରକୁ କୋଭିଡ୍ ସହାୟତା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ୯ହଜାର ୬୫୦ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୩ଲକ୍ଷ ୬୪ହଜାର ୪୯୫ଟି ପରିବାର ନିଜର ମାସିକ ଆବଂଟିତ ଖାଦ୍ୟଶସ୍ୟ ଉଠାଇନାହାନ୍ତି । କିମ୍ବା ଏହି ସହାୟତା ନେଇନାହାନ୍ତି । ଗଞ୍ଜାମରେ ସର୍ବାଧିକ ପ୍ରଥମ ପର୍ଯ୍ୟାୟରେ ୩୨୩୦୪ଟି ପରିବାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୨.୦୭ ଲକ୍ଷ ପରିବାର, ନୟାଗଡ଼ରେ ୭୪,୧୫୮ଟି ପରିବାର, ଖୋର୍ଦ୍ଧାରେ ୧୭୪୪୯ଟି ପରିବାର ଓ ପୁରୀରେ ୯୯୮୧ଟି ପରିବାର ସେମାନଙ୍କର ଖାଦ୍ୟଶସ୍ୟ ସହ ସହାୟତା ରାଶି ନେଇ ନଥିବା ଜଣାପଡ଼ିଛି ।

ଏତେ ସଂଖ୍ୟକ ପରିବାର ନିଜର ମାସିକ ରାସନ ସାମଗ୍ରୀ ଓ ସରକାରଙ୍କ କୋଭିଡ୍ ସହାୟତା ନେଇନଥିଲେ ମଧ୍ୟ କେଉଁ କାରଣରୁ ସେମାନେ ଏଥିରୁ ବଂଚିତ ହୋଇଛନ୍ତି ସେ ନେଇ ସରକାରୀସ୍ତରରେ ଖୋଳତାଡ଼ କିମ୍ବା ସେମାନଙ୍କ ପାଖରେ ଏହି ସହାୟତା ପହଂଚାଇବା ଦିଗରେ ସରକାର ଆନ୍ତରିକତା ଦେଖାଇନଥିବା ସ୍ପଷ୍ଟ ହୋଇଛି । ନଚେତ୍ ଏତେ ସଂଖ୍ୟକ ପରିବାର କୋଭିଡ୍ ସହାୟତାରୁ ବଂଚିତ ହୋଇନଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story