ବାଲୁଗାଁ(ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟ୍ ହୋଇଛି। ଖୋର୍ଦ୍ଧା ବାଣପୁରରେ ବିଦ୍ୟୁତ ବିଭାଗ ସୁପରଭାଇଜରଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୬ ଲକ୍ଷ ଟଙ୍କା । ବ୍ୟାଙ୍କ ଟଙ୍କା ଜମା କରିବାକୁ ଯାଉଥିବାବେର ଏହି ଲୁଟ ହୋଇଥିବା ଜଣାପଡିଛି । ଦୁଇ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ସୁପରଭାଇଜରଙ୍କୁ ଅଟକାଇଥିଲେ ।
ଏହାପରେ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୨ ଦୁର୍ବୃତ୍ତ । ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି। ଲୁଟର ଶିକାର ହୋଇଥିବା ସୁପର ଭାଇଜର ହେଲେ ସଂଜିତ ପ୍ରଧାନ। ସେ କହିଛନ୍ତି ଯେ, ମୁଁ ସବୁବେଳେ ଡିପାର୍ଟମେଣ୍ଟାଲ କ୍ୟାସ ନେଇ ଡିପୋଜିଟ୍ କରେ। ଆଜି ମଧ୍ୟ ମୁଁ ଅଫିରୁ ୧୨ଟାରେ ବାହାରିଥିଲି। କିନ୍ତୁ ମୋତେ କେହି ଜଣେ ବାଇକ୍ରେ ଫଲୋ କରୁଥିବା ଲାଗିଲା। ଆଉ ଏକ ଖୋଲା ଜାଗାରେ ମୋତେ ଓଭରଟେକ୍ କରି ମୋ ସାମ୍ନାରେ ଗାଡ଼ିଟି ଲଗେଇ ଦେଲା। ଗାଡ଼ିରେ ୨ ଜଣ ଥିଲେ। ହଠାତ୍ ବନ୍ଧୁକ ଲଗେଇ ଦେଇ ଟଙ୍କା ବ୍ୟାଗଟିକୁ ଛଡ଼େଇ ନେଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।