ଆନ୍ଧ୍ରରେ ଚାଲିଗଲା ୬ ଓଡ଼ିଆଙ୍କ ଜୀବନ

ଗୁଣପୁର/ବିଶାଖାପାଟଣା (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ହୋଇ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତ ୬ ଜଣ ରାମମୂର୍ତ୍ତି, କିରଣ, ମନୋଜ, ପାଣ୍ଡାବୋ, ମହେନ୍ଦ୍ର ଏବଂ ନବୀନ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଜଣେ ଗୁଣପୁରର ହୋଇଥିବା ବେଳେ ୩ ଜଣ ତାରମାଳର ଓ ୨ ଜଣ ଫୁଲଫୁଟି […]

Firm

Firm

Jitendra Garnayak
  • Published: Friday, 30 July 2021
  • Updated: 30 July 2021, 04:38 PM IST

Sports

Latest News

ଗୁଣପୁର/ବିଶାଖାପାଟଣା (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ହୋଇ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତ ୬ ଜଣ ରାମମୂର୍ତ୍ତି, କିରଣ, ମନୋଜ, ପାଣ୍ଡାବୋ, ମହେନ୍ଦ୍ର ଏବଂ ନବୀନ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଜଣେ ଗୁଣପୁରର ହୋଇଥିବା ବେଳେ ୩ ଜଣ ତାରମାଳର ଓ ୨ ଜଣ ଫୁଲଫୁଟି ଗାଁର। ତେବେ ମୃତକମାନଙ୍କ ପରିଚୟ ମିଳି ନଥିବା ବେଳେ ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।

ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୨୫ରୁ ୩୦ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ସର୍ଟ ସର୍କିଟ୍ ହୋଇ ଥିଲା ଓ ଫ୍ୟାକ୍ଟ୍ରି ପରିସରରେ ଥିବା କିଛି ବର୍ଜ୍ୟବସ୍ତୁ ଜଳି ଯାଇଥିଲା। ଏହାର ପ୍ରଭାବରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।

ଘଟଣାକୁ ନେଇ ଗୁଣ୍ଟୁର ଜିଲ୍ଲା ଅଧୀକ୍ଷକ ପୁଲିସ ଏସପି ବିଶାଳ ଗୁନି ଫୋନ୍ ଯୋଗେ କହିଛନ୍ତି ଯେ ‘ବିଦ୍ୟୁତ ସର୍ଟ ସର୍କିଟ ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ଆମର କ୍ଲୁସ୍ ଟିମ୍ ଫରେନସିକ୍ ପ୍ରମାଣ ସଂଗ୍ରହ କରିବା ପାଇଁ ଘଟଣାସ୍ଥଳରେ ଅଛନ୍ତି। କିଛି ବ୍ଲିଚିଂ ପାଉଡର ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା। ଆମେ ବିଭିନ୍ନ ଦିଗରୁ ମାମଲାର ଅନୁସନ୍ଧାନ କରୁଛୁ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର କାରଣ ଜାଣିବା ପାଇଁ ଆମେ ବିଦ୍ୟୁତ ଏବଂ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଛୁ। ପଚରାଉଚରା ପାଇଁ ଫ୍ୟାକ୍ଟ୍ରି ମାଲିକ ତଥା ପରିଚାଳକଙ୍କୁ ଅଟକ ରଖାଯାଇଛି ବୋଲି ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story