ନିର୍ବାଚନୀ ରାଗ ନେଲା ରକ୍ତାକ୍ତ ସଂଘର୍ଷର ରୂପ, ୬ ଗୁରୁତର

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ପଞ୍ଚାୟତ ନିର୍ବାଚନ ପରଠୁ ୨ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଲା। । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଳେଇମାଲ ଗ୍ରାମରେ ଘଟିଛି ଏଭଳି ଘଟଣା । ତିଳେଇମାଲ ଗାଁ ବିଦ୍ୟାଳୟ ଗୃହ ନିର୍ମାଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଥିଲା। ମାତ୍ର ଗତକାଲି ଅପରାହ୍ନରେ ଏହାକୁ ନେଇ […]

attack

attack

Niharika Rout
  • Published: Tuesday, 28 June 2022
  • Updated: 28 June 2022, 08:50 AM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ପଞ୍ଚାୟତ ନିର୍ବାଚନ ପରଠୁ ୨ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଲା। । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଳେଇମାଲ ଗ୍ରାମରେ ଘଟିଛି ଏଭଳି ଘଟଣା ।

ତିଳେଇମାଲ ଗାଁ ବିଦ୍ୟାଳୟ ଗୃହ ନିର୍ମାଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଥିଲା। ମାତ୍ର ଗତକାଲି ଅପରାହ୍ନରେ ଏହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ପକ୍ଷ ପରସ୍ପରକୁ ମାରଣାସ୍ତ୍ର ସମେତ ଠେଙ୍ଗା, ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି।

ସେମାନଙ୍କୁ କଣ୍ଟାମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ କାହାକୁ ଗିରଫ କରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos