ଦଶ ଦିନରେ ତୃତୀୟ: ତଦନ୍ତ ବେଳେ ମିଳିଲା ଦାନ୍ତହୀନ ଦନ୍ତାର କଙ୍କାଳ

ଆଠଗଡ଼(ସର୍ବେଶ୍ୱର ସ୍ୱାଇଁ): ସଙ୍କଟରେ ଗଜରାଜ। ପ୍ରାୟ ୧୦ ଦିନ ବ୍ୟବଧାନରେ ବଡ଼ମ୍ବା ବନାଞ୍ଚଳରୁ ମିଳିଲା ତୃତୀୟ ଦନ୍ତାହାତୀର କଙ୍କାଳ। ପୂର୍ବେ ଏହି ବନାଞ୍ଚଳରୁ ୨ଟି ଦନ୍ତାହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗତକାଲି ପୁଣି ଏହି ଘଟଣାର ପୁନରାବୃତ୍ତି ହୋଇଛି। ୨ଟି ଦନ୍ତାହାତୀ କଙ୍କାଳ ମିଳିବା ଘଟଣା ଖୋଳତାଡ଼ ଚାଲିଥିବାବେଳେ ୩ୟ ଦନ୍ତାହାତୀର କଙ୍କାଳ ମିଳିଥିବା କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।  ବଡ଼ମ୍ବା ବନାଞ୍ଚଳରେ ୨ ଦନ୍ତାହାତୀଙ୍କ ମୃତ୍ୟୁ ପରେ ଏହି ଘଟଣାର […]

Elephant

Elephant

Niharika Rout
  • Published: Wednesday, 15 June 2022
  • Updated: 15 June 2022, 11:19 AM IST

Sports

Latest News

ଆଠଗଡ଼(ସର୍ବେଶ୍ୱର ସ୍ୱାଇଁ): ସଙ୍କଟରେ ଗଜରାଜ। ପ୍ରାୟ ୧୦ ଦିନ ବ୍ୟବଧାନରେ ବଡ଼ମ୍ବା ବନାଞ୍ଚଳରୁ ମିଳିଲା ତୃତୀୟ ଦନ୍ତାହାତୀର କଙ୍କାଳ। ପୂର୍ବେ ଏହି ବନାଞ୍ଚଳରୁ ୨ଟି ଦନ୍ତାହାତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗତକାଲି ପୁଣି ଏହି ଘଟଣାର ପୁନରାବୃତ୍ତି ହୋଇଛି। ୨ଟି ଦନ୍ତାହାତୀ କଙ୍କାଳ ମିଳିବା ଘଟଣା ଖୋଳତାଡ଼ ଚାଲିଥିବାବେଳେ ୩ୟ ଦନ୍ତାହାତୀର କଙ୍କାଳ ମିଳିଥିବା କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ। 

ବଡ଼ମ୍ବା ବନାଞ୍ଚଳରେ ୨ ଦନ୍ତାହାତୀଙ୍କ ମୃତ୍ୟୁ ପରେ ଏହି ଘଟଣାର ତଦନ୍ତ ଜୋରସୋରରେ ଚାଲିଥିଲା। ଏହି ସମୟରେ ବଡ଼ମ୍ବା ବନାଞ୍ଚଳରେ ଆଉ ଦନ୍ତାର  ମୃତଦେହ ପୋତା ଯାଇଥିବା ଖବର ମିଳିଥିଲା। ଏହାର ତଦନ୍ତ କରାଯାଇ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ଼ ଗାଁ ନିକଟରୁ ଗତ ରାତିରେ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି। ଖବର ପାଇ ଗତକାଲି ରାତିରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

[caption id="attachment_741862" align="aligncenter" width="650"]skeliton of elephant ବଡମ୍ବା ବନାଞ୍ଚଳରୁ ମିଳିଥିବା ତୃତୀୟ ହାତୀର କଙ୍କାଳ।[/caption]

ଶବ ବ୍ୟବଚ୍ଛେଦ ପରେ ଦନ୍ତାର ବୟସ ୨୫ ବର୍ଷ ହେବ ବୋଲି ଜଣାପଡ଼ିଛି। ପ୍ରାୟ ୬ ମାସ ପୂର୍ବେ ହାତୀଟିକୁ ମାରି ପୋତା ଯାଇଥିବା ବେଳେ ତା’ର ଦାନ୍ତ ନ ଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେ ସମ୍ପର୍କରେ ଜଣାପଡ଼ିନାହିଁ। ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ।

ପ୍ରାୟ ୧୦ ଦିନ ତଳେ ବଡ଼ମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିଲା। ଉକ୍ତ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫ ଜଣ ଚାକିରିରୁ ନିଲମ୍ବିତ ହୋଇଥିଲେ। ଜଣେ ଫରେଷ୍ଟର ପାଚେରି ଡେଇଁ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏହା ବାଦ ଆଉ ଏକ ଦନ୍ତାହାତୀ ଶରୀରରେ ଗୁଳି ବାଜିଥିବା ବେଳେ ହାତୀଟି ପ୍ରାୟ ୮ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତକାଲି ଆଖି ବୁଜିଥିଲା। କିଏ କାହିଁକି ହାତୀମାନଙ୍କୁ ମାରି ପୋତୁଛି ଆଉ ଦୀର୍ଘଦିନ ପରେ ଖବର ପଦାକୁ ଆସୁଛି ତାହା ସହଜରେ ବୁଝାପଡୁନି। ଏହି ଘଟଣା ରାଜ୍ୟର ହାତୀପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story