ଭୁବନେଶ୍ୱରରୁ ୬୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୨୦ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଉ ୬୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୦ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୨୦ ଲୋକାଲ୍‌ କେସ୍‌ ରହିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ୨୦ ଲୋକାଲ୍‌ କେସ୍‌ ଭିତରୁ ଭୀମଟାଙ୍ଗି, ଜାଗମରା, ବମିଖାଲ, ନୟାପଲ୍ଲୀ ଆଇଆର୍‌ସି ଭିଲେଜ, ସାଲିଆ ସାହି, ସମ୍‌ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ ଲେଖାଏଁ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ବେହେରା ସାହି, […]

coro

Manoranjan Sial
  • Published: Thursday, 16 July 2020
  • , Updated: 16 July 2020, 04:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଉ ୬୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୦ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୨୦ ଲୋକାଲ୍‌ କେସ୍‌ ରହିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

୨୦ ଲୋକାଲ୍‌ କେସ୍‌ ଭିତରୁ ଭୀମଟାଙ୍ଗି, ଜାଗମରା, ବମିଖାଲ, ନୟାପଲ୍ଲୀ ଆଇଆର୍‌ସି ଭିଲେଜ, ସାଲିଆ ସାହି, ସମ୍‌ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ ଲେଖାଏଁ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀ ବେହେରା ସାହି, ସାଲିଆ ସାହି ଶ୍ରୀରାମ ନଗର, କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ପଟିଆ ରେଲୱେ ଷ୍ଟେସନ ନିକଟରୁ ଜଣେ ଟ୍ୟାକ୍ସି ଡ୍ରାଇଭର, ଆଚାର୍ଯ୍ୟ ବିହାର ବିଶେଶ୍ୱର ବସ୍ତି ଜଣେ, ଜୟଦେବ ବିହାରରୁ ୨ ଜଣ, ସାଲିଆ ସାହି ନିରଙ୍କରୀ ନଗରରୁ ୨ ଜଣ ଓ ଏକ ସରକାରୀ ହସ୍ପିଟାଲର ୩ ଜଣ ପୁରୁଷ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୪୦ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଆଜି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1283711202133069825?s=20

ଆଜି ସୁଦ୍ଧା ଭୁବନେଶ୍ୱରରେ କରୋନାରେ ୯୧୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ  ୫୦୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story