ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଚୋରା ଚାଲାଣ ବେଳେ ଧରା ପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ୍ ମହାସିଙ୍ଗ ଅଞ୍ଚଳରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି।
ଗିରଫ ଗଞ୍ଜେଇ ବେପାରୀଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶ ଅଞ୍ଚଳର ହୋଇଥିବା ଅନ୍ୟ ୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଗଞ୍ଜେଇ ଚୋରାଚାଲାଣ ବଢୁଥିବାରୁ ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିଛି । ତେବେ ଏହି ଗଞ୍ଜେଇ କୁଆଡ଼େ ଚାଲାଣ ହେଉଥିଲା ଓ ଏହି ରାକେଟର ଚେର କୁଆଡ଼େ ଲମ୍ବିଛି ତାହାର ଖୋଳତାଡ଼ କରୁଛି ପୋଲିସ ।