ବାତ୍ୟା ‘ୟାସ୍‌’ରେ ୬୦ଲକ୍ଷ ଲୋକ ପ୍ରଭାବିତ, କ୍ଷତି ୬୧୦କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ’ରେ ରାଜ୍ୟର ୧୧ହଜାର ଗାଁର ୬୦ଲକ୍ଷ ଲୋକ ପ୍ରଭାବିତ ଓ ମୋଟ ୬୧୦ କୋଟି ଟଙ୍କା କ୍ଷତି ହୋଇଛି। ବାତ୍ୟାରେ ୫୨୦କୋଟି ଟଙ୍କା ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ହୋଇଥିବାବେଳେ ରିଲିଫ ପାଇଁ ୬୬କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ‘ୟାସ’ର କ୍ଷୟକ୍ଷତି ଓ […]

cyclone

cyclone

Ordigital Desk
  • Published: Wednesday, 02 June 2021
  • Updated: 02 June 2021, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ’ରେ ରାଜ୍ୟର ୧୧ହଜାର ଗାଁର ୬୦ଲକ୍ଷ ଲୋକ ପ୍ରଭାବିତ ଓ ମୋଟ ୬୧୦ କୋଟି ଟଙ୍କା କ୍ଷତି ହୋଇଛି। ବାତ୍ୟାରେ ୫୨୦କୋଟି ଟଙ୍କା ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ହୋଇଥିବାବେଳେ ରିଲିଫ ପାଇଁ ୬୬କୋଟି ଟଙ୍କା ଆବଶ୍ୟକ ରହିଛି ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାତ୍ୟା ‘ୟାସ’ର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକ୍ୟୁମେଣ୍ଟସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଶାସନ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାମ କରିଥିଲା ଓ ଏଥିରେ ସଫଳ ହୋଇଛି।

ବାତ୍ୟାରେ ୧୧ହଜାର ଗାଁର ୬୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ ୫୨୦କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତିର କ୍ଷତି ହୋଇଛି । ରିଲିଫ ପାଇଁ ୬୬କୋଟି ଟଙ୍କା ଆବଶ୍ୟକ ରହିଛି। ବାତ୍ୟାରେ ମୋଟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା, ସାମୁଦ୍ରିକ ଲୁଣପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ନିମନ୍ତେ ଏକ ହଜାର ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା।

ବାତ୍ୟାରେ ଶକ୍ତି ବିଭାଗର ୩୦ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ ଓ ଏବେସୁଦ୍ଧା ୯୯.୮ % ଉପଭୋକ୍ତାଙ୍କୁ ବିଜୁଳି ପୁନଃସଂଯୋଗ କରାଯାଇଛି। ୨୩୦ଟି ଟ୍ରାନ୍ସଫର୍ମର ବଦଳାଯାଇ ନୂଆ ଟ୍ରାନ୍ସଫର୍ମର ଲଗାଯିବ। ଶକ୍ତି ବିଭାଗର କ୍ଷୟକ୍ଷତିର ପରିମାଣ ୧୫୦କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା। ବାତ୍ୟା ସମୟରେ ଓ ପରେ ପାନୀୟ ଜଳ ଯୋଗାଣ ଅବିରତ ଭାବେ ଜାରି ରହିଥିଲା। ବାତ୍ୟା ପ୍ରଭାବିତ ଅଂଚଳରେ ୧୦ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମୁତୟନ କରାଯାଇଥିଲା।

ବିଭିନ୍ନ ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପଂଚାୟତ ରୋଡ୍ କ୍ଷୟକ୍ଷତି ପରିମାଣ ୨୭୭କୋଟି ଟଙ୍କା, ମୋଟ ୧୦୮କୋଟି ଟଙ୍କାର ନଦୀବନ୍ଧ ଓ ରାସ୍ତା କ୍ଷୟକ୍ଷତି ହୋଇଥିବାବେଳେ ୮ଟି ସହରାଂଚଳର ୫୮ଟି ସଡ଼କ ସହିତ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା ଓ ଗୋଟିଏ ସେତୁ ଆଦି କ୍ଷତିର ହୋଇଛି। ସେହିପରି ପୂର୍ତ୍ତ ବିଭାଗର ୭୫କୋଟି ଟଙ୍କାର କ୍ଷତି ଓ ଗ୍ରାମ୍ୟ ଉନ୍ନୟନର ୬୦କୋଟି ଟଙ୍କା କ୍ଷତି ହୋଇଛି। ସଡ଼କଗୁଡ଼ିକ ଗଛକାଟି ତୁରନ୍ତ ଅବରୋଧମୁକ୍ତ କରାଯାଇଥିଲାବେଳେ ୨୪୬ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା ପରେ କହିଥିଲେ ଯେ, ବାତ୍ୟାର ଲ୍ୟାଣ୍ଡଫଲର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଓ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଡକ୍ୟୁମେଣ୍ଟେସନ୍ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ। ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍ ସମୟ ମଧ୍ୟରେ କରାଯାଇପାରିଛି।

ଏହି ବୈଠକରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos