ରାଜ୍ୟରେ ଆଉ ୬୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୮,୭୫୦ ସୁସ୍ଥ ହୋଇସାରିଥିବା ବେଳେ ୪,୮୯୬ ଚିକିତ୍ସାଧୀନ ଅଛନ୍ତି। ୭୦ ଜଣଙ୍କ ମୃତ୍ୟୁ ବି ଘଟିଛି। ଆଉ ୨୧ ଜଣ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା […]

corona-2

Jitendra Garnayak
  • Published: Monday, 13 July 2020
  • , Updated: 13 July 2020, 10:32 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୮,୭୫୦ ସୁସ୍ଥ ହୋଇସାରିଥିବା ବେଳେ ୪,୮୯୬ ଚିକିତ୍ସାଧୀନ ଅଛନ୍ତି। ୭୦ ଜଣଙ୍କ ମୃତ୍ୟୁ ବି ଘଟିଛି। ଆଉ ୨୧ ଜଣ କରୋନା ଆକ୍ରାନ୍ତଙ୍କର ବି ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି।

ନୂତନ ଭାବେ ଚିହ୍ନଟ ଏହି ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୦୧ଟି ଲୋକାଲ୍ କେସ୍‌। ସେହିପରି ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ ହୋଇଛନ୍ତି।


ଅନୁଗୋଳରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୭, ବରଗଡ଼ରୁ ୩୧, ଭଦ୍ରକରୁ ୨, ବଲାଙ୍ଗିରରୁ ୨, କଟକରୁ ୨୩, ଢେଙ୍କାନାଳରୁ ୭, ଗଜପତି ଜଣେ, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୧୧, କନ୍ଧମାଳରୁ ୬, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୨୯, କୋରାପୁଟରୁ ୫୦, ମାଲକାନଗିରିରୁ ୧୪, ମୟୂରଭଞ୍ଜରୁ ୧୩, ନବରଙ୍ଗପୁରରୁ ୪୦, ନୂଆପଡ଼ାରୁ ୫, ପୁରୀରୁ ଜଣେ ଓ ସୁନ୍ଦରଗଡ଼ରୁ ୫ ଜଣ ଚିହ୍ନଟ ହୋଇଛନ୍ତି।

Related story