ଅଢ଼େଇ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ବୃଦ୍ଧକୁ ୧୦ ବର୍ଷ ଜେଲ୍

ବାରିପଦା (ମାନିକ୍ ଲାଲ୍ ପାଣି): ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୬୨ ବର୍ଷୀୟ ବୃଦ୍ଧକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜର ସ୍ୱତନ୍ତ୍ର ପକ୍ସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୈରାଜଜ୍। ଏହି ବୃଦ୍ଧଙ୍କ ନାଁ ଦରଘା ବରଦା। ୨୦୧୪ ମାର୍ଚ୍ଚ ମାସରେ ଜାମଦା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ନିଜର ଅଢ଼େଇ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ ବ୍ୟକ୍ତି ବିବାହ ଭୋଜି ଖାଇବାକୁ ଯାଇଥିଲେ। […]

Court1

Court1

Jitendra Garnayak
  • Published: Tuesday, 14 December 2021
  • Updated: 14 December 2021, 07:50 PM IST

ବାରିପଦା (ମାନିକ୍ ଲାଲ୍ ପାଣି): ଏକ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୬୨ ବର୍ଷୀୟ ବୃଦ୍ଧକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୟୂରଭଞ୍ଜର ସ୍ୱତନ୍ତ୍ର ପକ୍ସୋ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୈରାଜଜ୍। ଏହି ବୃଦ୍ଧଙ୍କ ନାଁ ଦରଘା ବରଦା।

୨୦୧୪ ମାର୍ଚ୍ଚ ମାସରେ ଜାମଦା ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା। ନିଜର ଅଢ଼େଇ ବର୍ଷର ଶିଶୁକନ୍ୟାକୁ ନେଇ ଜଣେ ବ୍ୟକ୍ତି ବିବାହ ଭୋଜି ଖାଇବାକୁ ଯାଇଥିଲେ। ସେଠାରେ ଦରଘା ବରଦା ଝିଅଟିକୁ ଗେଲ କରିବାକୁ ନେଇ ଯାଇଥିଲେ। ହେଲେ ତା’ପରଠୁ ଝିଅଟି ନିଖୋଜ ହୋଇ ଯାଇଥିଲା।

ତା’ପରଦିନ ନିକଟସ୍ଥ ରାସ୍ତାକଡ଼ରୁ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗ୍ରାମବାସୀ। ତା’ସହିତ ଦରଘା ବରଦାକୁ ଧରି ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ୍ ତାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୪ରୁ ଦରଘା ବରଦା ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହି ଆସୁଥିଲା।

୧୩ ଜଣ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଆଜି ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦରଘା ବରଦାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତା’ସହିତ ୧୦,୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos