୬୭ତମ ଜାତୀୟ ରେଲୱେ ପୁରସ୍କାର, ୧୫୬ କର୍ମଚାରୀ ପୁରସ୍କୃତ Edited By OdishaReporter Bureau | By ORdigital Desk Last updated May 30, 2022 image credit:OR Share ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ- ୨୦୨୨ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପୂର୍ବତଟ ରେଳପଥ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଷ୍ଠାପର ସେବା ତଥା ଦକ୍ଷତା ପାଇଁ ଉତ୍ସର୍ଗୀକୃତ ରେଳ କର୍ମଚାରୀ ଏବଂ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟଗୁଡ଼ିକୁ ପୁରସ୍କୃତ କରିଛନ୍ତି । ଦେଶର ବିଭିନ୍ନ ରେଳ ଜୋନର ମୋଟ ୧୫୬ ଜଣ କର୍ମଚାରୀ ନିଜର ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହୋଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ରେଲୱେ, ଉତ୍ପାଦନ ୟୁନିଟ୍ ଏବଂ ରେଲୱେ ପିଏସୟୁ ଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ଦକ୍ଷତା ପାଇଁ ୨୧ ଟି ସିଲ୍ଡ ଦେଇ ପୁରସ୍କୃତ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ଟ୍ରାକମ୍ୟାନ୍ , ରେଳବାଇରେ ଜୀବନ ଏବଂ ସମ୍ପତ୍ତିର ସୁରକ୍ଷା ପାଇଁ ସମ୍ମାନଜନକ କାର୍ଯ୍ୟ ପାଇଁ ୨୮ ଜଣ ପୁରସ୍କୃତ ହୋଇଛନ୍ତି। ଯେଉଁଥିରେ ୮ ଜଣ ଟ୍ରାକମ୍ୟାନ୍ ସାମିଲ ଅଛନ୍ତି । ରେଳବାଇ ପରିଚାଳନା ଓ ସମ୍ପତ୍ତିର ଉନ୍ନତ ରକ୍ଷଣାବେକ୍ଷଣ ପାଇଁ କରାଯାଇଥିବା ଆଦର୍ଶ କାର୍ଯ୍ୟ ନିମନ୍ତେ ୪୨ ରେଳବାଇ କର୍ମଚାରୀ, ନୂତନ ଉଦ୍ଭାବନ ପାଇଁ ୨୮ କର୍ମଚାରୀଙ୍କୁ, ରୋଜଗାରର ବୃଦ୍ଧି ସହ ଟିକେଟ୍ ବିହୀନ ଯାତ୍ରା ଓ ଚୋରି ରୋକିବା ଇତ୍ୟାଦି ପାଇଁ ୧୧ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ରେକର୍ଡ ସମୟ ମଧ୍ୟରେ ପ୍ରକଳ୍ପ ସମାପ୍ତି ପାଇଁ ୧୨ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିବାବେଳେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଣେ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୩୩ ରେଲୱେ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆହୁରି ପଢ଼ନ୍ତୁ ରାମଙ୍କ ପରେ ଲକ୍ଷ୍ମଣଙ୍କ ଗୁଆ ଘିଅ ଡ୍ୟାନ୍ସ ଭାଇରାଲ 33 mins ago ଆସିଲା ରାଇମୋହନଙ୍କ ବ୍ୟବଚ୍ଛେଦ ରିପୋର୍ଟ; ଜାଣନ୍ତୁ, କିପରି… 2 hours ago ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କେ. ତ୍ରିପାଠୀ ତାଙ୍କ ସ୍ୱାଗତ ଭାଷଣରେ ଭାରତୀୟ ରେଳବାଇର ପରିବର୍ତ୍ତନ ବିଷୟରେ ଆଲୋକପାତ କରିଥିଲେ। ରେଳ ବୋର୍ଡର ସଦସ୍ୟମାନେ ଯଥା- ମୋହିତ ସିହ୍ନା, ଓ ପି. ସିଂ, ଡି.ସି. ଶର୍ମା, ଏସ୍.କେ. ମହାନ୍ତି ଓ ରେଳବାଇ ବୋର୍ଡର ସଚିବ ଆର.ଏନ. ସିଂହଙ୍କ ସମେତ ସମସ୍ତ ଜୋନାଲ ରେଳପଥର ମହାପ୍ରବନ୍ଧକମାନେ, ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଉଚ୍ଚସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି ଜାତୀୟ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି। ବୈଠକରେ ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁ ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦବେଗ ପ୍ରକାଶ କରିଥିଲେ। ସେ କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ୮ଟି ମଡେଲ ନେଇ ଆଲୋଚନା ଚାଲିଛି। ବନ୍ୟ ଜନ୍ତୁ ଆତଜାତ ଅଞ୍ଚଳରେ ଟ୍ରାକ୍ ଉଚ୍ଚା କରି ଅଣ୍ଡର ପାସ କରିବା ଲକ୍ଷ୍ୟ ରହିଛି। ଟ୍ରାକରେ ସେନ୍ସର କେବୁଲ ଲଗାଇ ହାତୀ ଯିବା ଆସିବା ଜାଣି ହେବ। ଏନେଇ ସେ ଜଙ୍ଗଲ ବିଭାଗ ସହ ଅଲୋଚନା କରି ପଦକ୍ଷେପ ନେବେ। ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।