ଗୋଡ଼ ଧରୁଛି, ପ୍ଲିଜ୍‌ ମତେ ଛାଡ଼ି ଦିଅ; ଶୁଣି ନଥିଲେ ଯୌନ ରାକ୍ଷସ...

ଧର୍ମଗଡ଼(ଇଙ୍ଗିତ ପଣ୍ଡା):ପ୍ଲିଜ୍‌ ମତେ ଛାଡ଼ି ଦିଅ। ମୁଁ ଆପଣଙ୍କୁ ଗୁହାରୀ କରୁଛି। ନେହୁରା ହେଉଛି। ଦୟାକରି ମତେ ଛାଡ଼ିଦିଅ। ହେଲେ ଝିଅଟି ଯେତେ ଆକୁଳ ଓ ଆତୁର ହୋଇ ନିବେଦନ କରିଥିଲେ ମଧ୍ୟ ଯୌନ ରାକ୍ଷସମାନେ ଆଦୌ ଛାଡ଼ି ନଥିଲେ। ବରଂ ୬ ଜଣ ଝିଅଟିର ଇଜ୍ଜତ ଲୁଟୁଥିବା ବେଳେ ୩ ଜଣ ଭିଡିଓ ସୁଟିଂ କରିଥିଲେ। ଯାହା ଏବେ ଧୀରେ ଧୀରେ ପଦାକୁ ଆସୁଛି। ଆଜି ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। କଳାହାଣ୍ଡି […]

431

Tapas Behera
  • Published: Wednesday, 25 September 2019
  • , Updated: 25 September 2019, 06:10 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା):ପ୍ଲିଜ୍‌ ମତେ ଛାଡ଼ି ଦିଅ। ମୁଁ ଆପଣଙ୍କୁ ଗୁହାରୀ କରୁଛି। ନେହୁରା ହେଉଛି। ଦୟାକରି ମତେ ଛାଡ଼ିଦିଅ। ହେଲେ ଝିଅଟି ଯେତେ ଆକୁଳ ଓ ଆତୁର ହୋଇ ନିବେଦନ କରିଥିଲେ ମଧ୍ୟ ଯୌନ ରାକ୍ଷସମାନେ ଆଦୌ ଛାଡ଼ି ନଥିଲେ। ବରଂ ୬ ଜଣ ଝିଅଟିର ଇଜ୍ଜତ ଲୁଟୁଥିବା ବେଳେ ୩ ଜଣ ଭିଡିଓ ସୁଟିଂ କରିଥିଲେ। ଯାହା ଏବେ ଧୀରେ ଧୀରେ ପଦାକୁ ଆସୁଛି। ଆଜି ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। କଳାହାଣ୍ଡି ଏଏନ୍‌ଏମ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ପୁଲିସ ଏହି ୯ ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି। କଳାହାଣ୍ଡି ଏସପିଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ୯ ଜଣଙ୍କ ମଧ୍ୟରେ ୬ ଜଣ ଦୁଷ୍କର୍ମକାରୀ ଥିଲା ବେଳେ ୩ ଜଣ ଭିଡିଓ ସୁଟିଂ କରୁଥିଲେ।

ଘଟଣା ଘଟିବା ପରେ ଲୋକ ଲଜ୍ଜା ଭୟରେ ପ୍ରଥମରୁ ମୁହଁ ଖୋଲି ନଥିଲା। ଭିଡିଓ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଅଭିଯୋଗ ଅନୁଯାୟୀ ଏଏନ୍‌ଏମ୍‌ ଛାତ୍ରୀ ଜଣକ ପ୍ରତିଦିନ ଗାଁରୁ ଜୁନାଗଡ଼ ପାଠ ପଢ଼ିବାକୁ ଆସିଥାଆନ୍ତି। ତେବେ ଗତ ୧୪ ତାରିଖରେ ତାଙ୍କର ଦେହ ଅସୁସ୍ଥ ଥିଲା। ତେଣୁ ସେ ଭବାନୀପାଣଟଣା ଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ଜୁନାଗଡ଼କୁ ଫେରିବା ପାଇଁ ଭବାନୀପାଟଣା ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ। ଏହି ସମୟରେ ତାଙ୍କର ଜଣେ ଚିହ୍ନା ଲୋକ (ବସ୍‌ ଚାଳକ) ଲଳିନ୍ଦ୍ର ସବରଙ୍କ ସହିତ ଦେଖା ହୋଇଥିଲା। ବସ୍ ଆସିବାରେ ବିଳମ୍ୱ ହେବା ଆଶଙ୍କା କରି ଛାତ୍ରୀ ଜଣକ ଲଳିନ୍ଦ୍ରଙ୍କ ବାଇକରେ ଜୁନାଗଡ଼ ଅଭିମୁଖେ ଆସୁଥିଲେ।

ତେବେ ବନମାଳିପୁର ଛକରେ ସେମାନଙ୍କୁ ୯ ଜଣ ଯୁବକ ଅଟକାଇଥିଲେ। ପରେ ସେମାନଙ୍କୁ ଜବରଦସ୍ତ ଜାରିଂ ଜଙ୍ଗଲକୁ ନେଇଯାଇଥିଲେ। ସାଥୀରେ ଲଳିନ୍ଦ୍ରଙ୍କୁ ମଧ୍ୟ ନେଇଯାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ଅଭିଯୁକ୍ତ ଅମିତ ନାୟକ, ପ୍ରକାଶ ନାୟକ, ସାନ୍‌ତା ନାୟକ, ଲାବଣ୍ୟ ଛତରିଆ, ଅନିରୁଦ୍ଧ ଛତରିଆ ଓ ଜଣେ ନାବାଳକ ଏମିତି ଜଣକ ପରେ ଜଣେ ଏଏନ୍‌ଏମ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଦୁଷ୍କର୍ମର ପୂରା ଘଟଣାକର ବିନୋଦ ନାୟକ, ଟିକମଣୀ ପୋଢ଼ ଓ ସ୍ୱୟମ୍ୱର ବାଗ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ଏ ସବୁ ଘଟଣା ଲଳିନ୍ଦ୍ର ଦେଖିଥିଲେ। ଅଭିଯୁକ୍ତଙ୍କ ଭୟରେ ପ୍ରତିବାଦ କରିବାକୁ ସାହସ ପାଇନଥିଲେ ।

ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଓ ଲଳିନ୍ଦ୍ର ଜଙ୍ଗଲରୁ ଘରକୁ ଫେରିଥିଲେ। ହେଲେ ଲୋକ ଲଜ୍ଜା ଭୟରେ କାହାକୁ କିଛି କହିନଥିଲେ। ତେବେ ଗତ ୨୧ ତାରିଖରେ ଅଭିଯୁକ୍ତମାନେ ଦୁଷ୍କର୍ମର ପୂରା ଘଟଣାକୁ ସୋଶାଲ ମିଡିଆରେ ଭାଇରାଲ୍‌ କରିଥିଲେ। ଏବେ ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ଦୁଷ୍କର୍ମର ଭିଡିଓ ଲୋକ ଲୋଚନକୁ ଆସିବା ପରେ ଗତ ୨୨ ତାରିଖରେ ପୀଡ଼ିତା ଏନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଏସ୍‌ପି ବି. ଗଙ୍ଗାଧରଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ବସ୍‌ ଚାଳକ ଲଳିନ୍ଦ୍ର ଓ ଅନ୍ୟ ୨୦ ଜଣଙ୍କ ବୟାନ ଆଧାରରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗଣ ଦୁଷ୍କର୍ମ ଅଭିଯୋଗରେ ୬ ଓ ଭିଡିଓ ସୁଟିଂ ଓ ଭାଇରାଇଲ୍‌ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ତେବେ ଏହି ଲୋମହର୍ଷଣକାରୀ ଘଟଣାରେ ବସ୍‌ ଡ୍ରାଇଭର ଲଳିନ୍ଦ୍ରଙ୍କର କୌଣସି ହାତ ନଥିବା ପୁଲିସ କହିଛି।

Related story