ଆମ୍ବେଦକର ସାହିରେ ଅଜଣା ରୋଗ ଆତଙ୍କ, ୧୫ ଦିନରେ ଗଲାଣି ୭ ଜୀବନ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଆମ୍ବେଦକର ସାହିରେ ଅଜଣା ରୋଗ ଆତଙ୍କ। ଆଜି ଗାଁରେ ୨ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗାଁର୧୮ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି। ଆଜି ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି। ମୃତକମାନେ ହେଲେ ଜୋଶେଫ ବାଗ, ଦାନ ଗଡିଶାମ, ସୁନିଲ ଖୋସଲା, ଦୋହିତା କୂଳଦୀପ, ରାମ କୂଳଦିପ, ଚିଙ୍କୁ ଗଡଶାମ ଓ ଦାମ କୂଲଦିପ। ଗତ ୧୫ […]

koraput

  • Published: Saturday, 01 October 2022
  • , Updated: 01 October 2022, 12:28 PM IST

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଆମ୍ବେଦକର ସାହିରେ ଅଜଣା ରୋଗ ଆତଙ୍କ। ଆଜି ଗାଁରେ ୨ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗାଁର୧୮ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି। ଆଜି ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି। ମୃତକମାନେ ହେଲେ ଜୋଶେଫ ବାଗ, ଦାନ ଗଡିଶାମ, ସୁନିଲ ଖୋସଲା, ଦୋହିତା କୂଳଦୀପ, ରାମ କୂଳଦିପ, ଚିଙ୍କୁ ଗଡଶାମ ଓ ଦାମ କୂଲଦିପ।

ଗତ ୧୫ ଦିନ ହେଲା ଆମ୍ବେଦକର ସାହିରେ ଅଜଣା ରୋଗ ବ୍ୟାପିଛି। ୧୫ ଦିନ ଭିତରେ ଅଜଣା ରୋଗରେ ୭ଜଣଙ୍କର ମୃତ୍ୟୁ ଘଟିଲାଣି। ଖବର ପାଇ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଓ କୋରାପୁଟ  ରଘୁରାମ ପଡ଼ାଲ ଓ କଂଗ୍ରେସ ପୂର୍ବତମ ବିଧାୟକ ରାମ କାଡ଼ାମ ଗାଁରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।

କୋରାପୁଟ ମେଡିକାଲର ସିଡିଏମଓ କହିଛନ୍ତି, ଗାଁରେ ମେଡିକାଲ ଟିମ୍ ପହଞ୍ଚିଛନ୍ତି। ପାଣି ନମୂନା ଓ ରକ୍ତ ନମୂନା ପରୀକ୍ଷା କରାଗଲା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।

Related story