ଜେଲ୍‌ରେ ଚାଲିଥିଲା ଚୋରା ପୀରତି, ବଦଳି ହେଲେ ୭ କର୍ମଚାରୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜେଲର କଡ଼ା ସୁରକ୍ଷା ଭିତରେ ଚାଲିଥିଲା ଲଭ ଆଉ ସେକ୍ସ । ଦୀର୍ଘ ୫୦ ଦିନ ପର୍ଯ୍ୟନ୍ତ ଚାଲିଲା ଏପରି ଲୁଚାଛପା ପୀରତି। ହେଲେ  ପ୍ରତାରଣାରେ ପରିଣତ ହେବା ପରେ ଜେଲ୍‌ କାନ୍ଥ ଦେଇ ପଦାରେ ପଡ଼ିଲା ଏପରି ଚାଞ୍ଚଲ୍ୟକର କଥା। । ବାଲଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ କାରାଗାରରେ ଏମିତି  ସଂଗିନ୍ ନିର୍ଯାତନାର ଶିକାର ହେବା ନେଇ ପୀଡ଼ିତାଜଣକ ମୁହଁ ଖୋଲିବା ପରେ ତନାଘନା ଆରମ୍ଭ କଲା ଜେଲ୍‌ ବିଭାଗ। ଜେଲ୍‌ର ୮ […]

tt-1

tt-1

Niharika Rout
  • Published: Wednesday, 24 February 2021
  • Updated: 24 February 2021, 02:10 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଜେଲର କଡ଼ା ସୁରକ୍ଷା ଭିତରେ ଚାଲିଥିଲା ଲଭ ଆଉ ସେକ୍ସ । ଦୀର୍ଘ ୫୦ ଦିନ ପର୍ଯ୍ୟନ୍ତ ଚାଲିଲା ଏପରି ଲୁଚାଛପା ପୀରତି। ହେଲେ  ପ୍ରତାରଣାରେ ପରିଣତ ହେବା ପରେ ଜେଲ୍‌ କାନ୍ଥ ଦେଇ ପଦାରେ ପଡ଼ିଲା ଏପରି ଚାଞ୍ଚଲ୍ୟକର କଥା। ।

ବାଲଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ କାରାଗାରରେ ଏମିତି  ସଂଗିନ୍ ନିର୍ଯାତନାର ଶିକାର ହେବା ନେଇ ପୀଡ଼ିତାଜଣକ ମୁହଁ ଖୋଲିବା ପରେ ତନାଘନା ଆରମ୍ଭ କଲା ଜେଲ୍‌ ବିଭାଗ। ଜେଲ୍‌ର ୮ ଜଣ କର୍ମଚାରୀଙ୍କ ବିରୋଧରେ ଏବେ ବି ତଦନ୍ତ ଜାରି ରହିଥିବା ବେଳେ , ୭ ଜଣଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ହୋଇଛି।

ସୂଚନା ଅନୁଯାୟୀ, ଟିଟିଲାଗଡ଼ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ପାଖାପାଖି ୫୦ ଦିନ କାଳ ରହି ବାହାରିବା ପରେ  ଜଣେ ମହିଳା ଥାନାରେ ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଜେଲ୍ ରହଣି ସମୟରେ ଜଣେ ପୁରୁଷ ଅନ୍ତେବାସୀ ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖୁଥିବା ନେଇ ଅଭିଯୋଗ କରିଥିଲେ ସଂପୃକ୍ତ ମହିଳା ।

ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ଭିତରେ ହୁଗୁଳା ପ୍ରଶାସନକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ । ସମ୍ବଲପୁର ରେଞ୍ଜ ଜେଲ୍ ଡିଆଜି ଟିଟିଲାଗଡ଼ ଜେଲ୍‌କୁ ଯାଇ ତଦନ୍ତ କରି, ପ୍ରାଥମିକ ରିପୋର୍ଟ ଦେବା ପରେ ଏବେ  ଆରମ୍ଭ ହୋଇଯାଇଛି ତନାଘନା।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ପୀଡ଼ିତା ପାରିବାରିକ କଳହରୁ ଜେଲ୍ ଯାଇଥିଲେ। ଜେଲରେ ୫୦ ଦିନର ରହଣି ଭିତରେ ଜିଏସଟି ଠକେଇ ମାମଲାରେ ବନ୍ଦୀ ଥିବା ତୀର୍ଥଙ୍କର ପଟେଲ ଓରଫ ପପୁଙ୍କ ସହ ପ୍ରଥମେ ସାକ୍ଷାତ ଓ ପରେ ପ୍ରେମ ହୋଇଥିଲା। ଏପରିକି କିଛି ଜେଲ୍ କର୍ମଚାରୀଙ୍କ ସହାୟତାରେ ପପୁ ମହିଳା ସେଲକୁ ଆସି ତାଙ୍କୁ ନିୟମିତ ଦେଖା କରିବା ପରେ ଏ ସଂପର୍କ ନିବିଡ଼ ହୋଇଥିଲା। ଜେଲରୁ ବାହାରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ପପୁ ତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଏହା   ଜେଲ୍ କର୍ମଚାରୀଙ୍କ ଜ୍ଞାତସାରରେ ହେଉଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ଅଭିଯୋଗକାରିଣୀଙ୍କ କହିବା ଅନୁସାରେ,  ଜାମିନରେ ମୁକୁଳିବା ପରେ ବି ସେ ନିୟମିତ  ପପୁଙ୍କୁ ଦେଖା କରିବାକୁ ସେ ଜେଲକୁ ଯାଉଥିଲେ। ତେବେ କିଛି ଦିନ ତଳେ ପପୁ ତାହ୍କୁ ଚିହ୍ନି ନାହାନ୍ତି ବୋଲି କହିଥିବା ପୀଡ଼ିତା ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଜେଲ୍‌ରେ  ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା  ଥିବା ସତ୍ତ୍ୱେ କିପରି ଏପରି  ସଙ୍ଗୀନ ଘଟଣା ଘଟିଲା ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story