୭ ସରକାରୀ କର୍ମଚାରୀ ବନ୍ଧା ହେଲେ

କଟକ(ଓଡ଼ିଶା ରିପୋର୍ଟର): ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଠିକାଦାର ସହ ୭ ସରକାରୀ କର୍ମଚାରୀ ଗିରଫ। କଟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୫ ଯନ୍ତ୍ରୀ, ଆକାଉଣ୍ଟସ୍ ଅଫିସର ଗିରଫ ହୋଇଛନ୍ତି। ଅଧିକ୍ଷଣ ଯନ୍ତ୍ରୀ ବିମଳ ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡାଙ୍କୁ ଗିରଫ କରାଯାଇଛି। ସହକାରୀ ଯନ୍ତ୍ରୀ ରଜନୀ ଦଳବେହେରା, ରବିନାରାୟଣ ସାହୁ ଗିରଫ, ଆଉ ଜଣେ ସହକାରୀ ଯନ୍ତ୍ରୀ ରଞ୍ଜନ ଦେବତା ଗିରଫ କରାଯାଇଛି। ସେହିପରି କଟକ ଆର ଆଣ୍ଡ ବିର ଆକାଉଣ୍ଟସ୍ ଅଫିସର […]

n-7ghb-1

Tapas Behera
  • Published: Thursday, 09 January 2020
  • , Updated: 09 January 2020, 09:05 PM IST

କଟକ(ଓଡ଼ିଶା ରିପୋର୍ଟର): ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଠିକାଦାର ସହ ୭ ସରକାରୀ କର୍ମଚାରୀ ଗିରଫ। କଟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ୫ ଯନ୍ତ୍ରୀ, ଆକାଉଣ୍ଟସ୍ ଅଫିସର ଗିରଫ ହୋଇଛନ୍ତି। ଅଧିକ୍ଷଣ ଯନ୍ତ୍ରୀ ବିମଳ ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡାଙ୍କୁ ଗିରଫ କରାଯାଇଛି। ସହକାରୀ ଯନ୍ତ୍ରୀ ରଜନୀ ଦଳବେହେରା, ରବିନାରାୟଣ ସାହୁ ଗିରଫ, ଆଉ ଜଣେ ସହକାରୀ ଯନ୍ତ୍ରୀ ରଞ୍ଜନ ଦେବତା ଗିରଫ କରାଯାଇଛି।

ସେହିପରି କଟକ ଆର ଆଣ୍ଡ ବିର ଆକାଉଣ୍ଟସ୍ ଅଫିସର ଅବନୀକାନ୍ତ ରାଉତଙ୍କୁ ଗିରଫ କରାଯାଇଛି। ୬ ସରକାରୀ କର୍ମଚାରୀଙ୍କ ସହ ଠିକାଦାର ତୃପ୍ତି ଦେବତା ମଧ୍ୟ ଗିରଫ ହୋଇଛନ୍ତି। ତାଳଦଣ୍ଡା କେନାଲ ଉପରେ ବ୍ରିଜ୍ ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। କାମ ନିମ୍ନମାନର ହୋଇଥିବା ଦର୍ଶାଇ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଭିଜିଲାନ୍ସ ତଦନ୍ତ ପରେ ୭ ଜଣଙ୍କୁ ଗିରଫ କରାଯାଇଛି।

Related story