ବିଧାନସଭା ଅଧିଷ୍ଠାତା ମଣ୍ଡଳୀରେ ୭ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଅଧିଷ୍ଠାତା ମଣ୍ଡଳୀରେ ୭ଜଣ ବିଧାୟକ ସ୍ଥାନ ପାଇଛନ୍ତି। ବିଧାନସଭା ବଜେଟ୍ ଅଧିବେଶନର ଆଜି ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି। ଅଧିଷ୍ଠାତା ମଣ୍ଡଳୀରେ ସ୍ଥାନ ପାଇଥିବା ବିଧାୟକମାନେ ହେଲେ ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ସନ୍ତୋଷ ସିଂ ସାଲୁଜା ଓ ସୁବାସ ପାଣିଗ୍ରାହୀ। ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ଏହି […]

assembly

Manoranjan Sial
  • Published: Tuesday, 25 June 2019
  • , Updated: 25 June 2019, 09:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଅଧିଷ୍ଠାତା ମଣ୍ଡଳୀରେ ୭ଜଣ ବିଧାୟକ ସ୍ଥାନ ପାଇଛନ୍ତି। ବିଧାନସଭା ବଜେଟ୍ ଅଧିବେଶନର ଆଜି ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି। ଅଧିଷ୍ଠାତା ମଣ୍ଡଳୀରେ ସ୍ଥାନ ପାଇଥିବା ବିଧାୟକମାନେ ହେଲେ ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲି, ସନ୍ତୋଷ ସିଂ ସାଲୁଜା ଓ ସୁବାସ ପାଣିଗ୍ରାହୀ। ବାଚସ୍ପତି ଓ ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ଏହି ଅଧିଷ୍ଠାତା ମଣ୍ଡଳୀର ସଦସ୍ୟମାନେ ଗୃହ କାର୍ଯ୍ୟ ପରିଚାଳନା କରିବେ।

Related story