ଟ୍ରକ୍‌କୁ ପଛରୁ ପିଟିଲା ବସ୍

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କହରାପୋଖରୀ ଛକ ନିକଟରେ  ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଯାତ୍ରବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। କହରାପୋଖରୀ ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ବସ୍‌ଟି ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା। ବସ୍‌ରେ ଡ୍ରାଇଭର ଓ ହେଲପର ସମେତ […]

accident

Tapaswini Nayak
  • Published: Monday, 23 May 2022
  • , Updated: 23 May 2022, 01:18 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କହରାପୋଖରୀ ଛକ ନିକଟରେ  ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ଯାତ୍ରବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। କହରାପୋଖରୀ ଛକ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ବସ୍‌ଟି ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା।

ବସ୍‌ରେ ଡ୍ରାଇଭର ଓ ହେଲପର ସମେତ ୫୭ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ସମୟରେ ଟ୍ରକ୍‌ରେ କେହିନଥିଲେ। ପୁଲିସ ବସ୍‌ କୁ ଜବତ କରିବା ସହ  ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଅଂଶଟି  ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Related story