‘ସାଧାରଣ ସ୍ଥାନରେ ୭ ଜଣ ଲୋକ ଏକତ୍ର ହୋଇପାରିବେନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଆଜିଠାରୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଲୋକ ଏକତ୍ର ହୋଇପାରିବେ ନାହିଁ। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ଜୟନ୍ତୀ ଓ ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ରବିବାର ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରକାଶ କରିଛନ୍ତି। […]

subrat

subrat

Manoranjan Sial
  • Published: Friday, 20 March 2020
  • Updated: 20 March 2020, 10:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଆଜିଠାରୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଲୋକ ଏକତ୍ର ହୋଇପାରିବେ ନାହିଁ। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ଜୟନ୍ତୀ ଓ ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ରବିବାର ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପ୍ରକାଶ କରିଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, “କରୋନା ମୁକାବିଲା କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସରକାରୀ କାର୍ଯ୍ୟାନୁଷ୍ଠାନ ଛଡ଼ା ସମାଜିକ ଓ ବ୍ୟକ୍ତି ଚେତନା ଅବଶ୍ୟକ। ‘କରୋନା’କୁ ନେଇ ମହାମାରୀ ଓ ଆତଙ୍କ ଚାରିଆଡ଼େ ଖେଳିଥିବା ବେଳେ ଆମକୁ କେବଳ ନିଜର ସ୍ୱାର୍ଥକଥା ଚିନ୍ତା କଲେ ହେବନାହିଁ। ଅମକୁ ଭାବିବାକୁ ପଡ଼ିବ ଯେ, ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ତଥା ଦେଶ ବାହାରେ ରହୁଛନ୍ତି। ଆମେ ଯଦି ରାଜ୍ୟ ତଥା ଦେଶ ବାହାର ଲୋକଙ୍କୁ ଓଡ଼ିଶାରେ ଲାଞ୍ଛନା ଏବଂ ଅପମାନ ଦେବା ତାହା ହେଲେ ବାହାରେ ରହୁଥିବା ଆମ ଲୋକଙ୍କ ଅବସ୍ଥା କ’ଣ ହେବ? ଏପରି ନକରି ସମସ୍ତଙ୍କୁ ସାନ୍ୱନା ଦିଅନ୍ତୁ। କୌଣସି ପରିସ୍ଥିତିରେ ନିଜର ମଣିଷ ପଣିଆ ହରାନ୍ତୁ ନାହିଁ। କାରଣ ଆମେ ହେଲୁ ଗୋପବନ୍ଧୁ ଦାସଙ୍କ ଦାୟାଦ। ବନ୍ୟାରେ ଓଡ଼ିଶା ଭାସି ଯାଉଥିବା ବେଳେ ନିଜ ରୋଗୀଣା ପୁଅକୁ ଛାଡ଼ି ଦେଶର ମଙ୍ଗଳ ପାଇଁ ଘର ଛାଡ଼ି ଚାଲି ଯାଇଥିଲେ ଗୋପବନ୍ଧୁ। ଫେରିଲା ବେଳକୁ ପୁଅ ବଞ୍ଚିନଥିଲା। ଇଏ ହେଉଛି ସନ୍ଥ କବି ଭିମ ଭୋଇଙ୍କ ମାଟି। ସେ ଲେଖିଥିଲେ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”। ଆଗକୁ କ’ଣ ହେବ କେହି କହିପାରିବ ନାହିଁ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ମଣିଷ ପଣିଆକୁ ବଜାୟ ରଖିବା। ପରିସ୍ଥିତିକୁ ମୁକାବିଲା କରିବା। ବାହାର ଲୋକଙ୍କୁ ନିଜର କରି ରଖିବା ଓ ସେମାନଙ୍କୁ ସାନ୍ୱନା ଦେବା।”

ସେ ଆହୁରି କହିଛନ୍ତି, “ରାଜ୍ୟର ସମସ୍ତ ଏସ୍‌ସି/ଏସ୍‌ଟି ଛାତ୍ରାବାସ ମାର୍ଚ୍ଚ ୨୫ରୁ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯାଉଛି। ସେମାନଙ୍କୁ ପ୍ରି ମ୍ୟାଟ୍ରିକ ସ୍କଲାରସିପ୍ ୩ ମାସର ପ୍ରଦାନ କରାଯିବ। ବାଳିକା ଅନ୍ତେବାସୀଙ୍କୁ ୨୪୦୦ ଟଙ୍କା ଓ ବାଳକ ୨୨୫୦ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ସେମାନଙ୍କ ପିତା-ମାତାଙ୍କ ସ୍ୱାକ୍ଷର ନିଆଯିବ।”

ଏମ୍‌ସରେ ସଂକ୍ରମଣ ଚର୍ଚ୍ଚା ସଂପର୍କରେ ବାଗଚୀ କହିଛନ୍ତି, “ଏମ୍‌ସ ଘଟଣାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏମ୍ସ ଆଲୋଚନା, ସମୀକ୍ଷା ସର୍ବୋଚ୍ଚ ସ୍ତରରେ କରାଯାଉଛି। ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ରାଜ୍ୟର ଦ୍ୱିତୀୟ ଆକ୍ରାନ୍ତ ଏମ୍ସର କିଛି ଷ୍ଟାଫ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଚର୍ଚ୍ଚା ହେଉଛି।”

ଏ ସଂପର୍କରେ ମୁଖପାତ୍ର ବାଗଚୀ କହିଲେ, “୧୯ ବର୍ଷର ଦ୍ୱିତୀୟ ଆକ୍ରାନ୍ତ ୧୯ ତାରିଖରେ ବ୍ରିଟେନରୁ ଫେରିଥିଲେ। ୧୯ ତାରିଖରୁ ତାଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି। ଆକ୍ରାନ୍ତଙ୍କ ପରିବାର ଲୋକ ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି। ଦ୍ୱିତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ ୪୬ ଜଣ ଆସିଛନ୍ତି। ୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇଛି। ବାକି ୩ ଜଣଙ୍କୁ ଖୋଜିବା ପାଇଁ ୮ଟି ଟିମ୍‌ ଲାଗିଛନ୍ତି। ପ୍ରଥମ ଆକ୍ରାନ୍ତ ୩୩ ବର୍ଷୀୟ ବ୍ୟକ୍ତି ଭଲ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story