ବାପା ମାଆଙ୍କ ମୁର୍ଖାମୀ: ମ୍ୟାଲେରିଆ ଭଲ କରିବାକୁ ଶିଶୁକୁ ଦେଲେ ଚେଙ୍କ

କେନ୍ଦୁଝର: ପୁଣି ଶିଶୁକୁ ଚେଙ୍କ ଅଭିଯୋଗ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଗାଁରୁ ଆସିଛି ଏହି ଅଭିଯୋଗ। ଚେଙ୍କ ପରେ ଏକ ୭ ବର୍ଷର ଶିଶୁ ଗୁରୁତ ହୋଇ ପଡିବାରୁ ତାକୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁକୁ ତା’ର ପରିବାର ଲୋକେ ଚେଙ୍କ  ଦେଇଥିବା ଅଭିଯୋଗ ହୋଇଛି। ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞ କହିଛନ୍ତି, “ଶିଶୁଟି ମ୍ୟାଲେରିଆରେ ପିଡ଼ିତ ଥିଲା। ଜ୍ୱର ଭଲ ନ ହେବାରୁ  ତାକୁ ଚେଙ୍କ ଦିଆଯାଇଥିଲା। ଚିକିତ୍ସା ପରେ ଶିଶୁଟିର […]

chenka

Rakesh Mallick
  • Published: Friday, 28 July 2017
  • , Updated: 28 July 2017, 08:41 PM IST

କେନ୍ଦୁଝର: ପୁଣି ଶିଶୁକୁ ଚେଙ୍କ ଅଭିଯୋଗ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ଗାଁରୁ ଆସିଛି ଏହି ଅଭିଯୋଗ। ଚେଙ୍କ ପରେ ଏକ ୭ ବର୍ଷର ଶିଶୁ ଗୁରୁତ ହୋଇ ପଡିବାରୁ ତାକୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁକୁ ତା’ର ପରିବାର ଲୋକେ ଚେଙ୍କ  ଦେଇଥିବା ଅଭିଯୋଗ ହୋଇଛି।

ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞ କହିଛନ୍ତି, “ଶିଶୁଟି ମ୍ୟାଲେରିଆରେ ପିଡ଼ିତ ଥିଲା। ଜ୍ୱର ଭଲ ନ ହେବାରୁ  ତାକୁ ଚେଙ୍କ ଦିଆଯାଇଥିଲା। ଚିକିତ୍ସା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଏପରି ଚେଙ୍କ ଅଭିଯୋଗ ଆସୁଛି। ସଚେତନତା ସତ୍ତ୍ୱେ ଏଥିରେ କିଛି ଫରକ ପଡ଼ୁନାହିଁ।

Related story