ନର୍ସିଂ କଲେଜରେ ୭୦ ନୂଆ ପଦକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର ୨ଟି ସରକାରୀ ନର୍ସିଂ କଲେଜରେ ବିଭିନ୍ନ ବର୍ଗର ୭୦ଟି ଅତିରିକ୍ତ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ବୁର୍ଲାସ୍ଥିତ ଭୀମସାର ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ଓ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି ହେବ। ଏଥିରେ ଗୋଟିଏ ପ୍ରିନ୍ସିପାଲ ,ଗୋଟିଏ ଭାଇସ ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, ୩ଟି ଆସୋସିଏଟ୍ ପ୍ରଫେସର, ୮ଟି ଅଧ୍ୟାପକ ଓ ୧୦ଟି ଟିଉଟର ପଦବୀ ରହିବ। ସେହିପରି କଟକସ୍ଥିତ ଏସସିବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ […]

pilot-medical-

Manoranjan Sial
  • Published: Monday, 24 June 2019
  • , Updated: 24 June 2019, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାର ୨ଟି ସରକାରୀ ନର୍ସିଂ କଲେଜରେ ବିଭିନ୍ନ ବର୍ଗର ୭୦ଟି ଅତିରିକ୍ତ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି।
ବୁର୍ଲାସ୍ଥିତ ଭୀମସାର ସରକାରୀ ନର୍ସିଂ କଲେଜରେ ୨୪ଟି ଶିକ୍ଷକ ଓ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି ହେବ। ଏଥିରେ ଗୋଟିଏ ପ୍ରିନ୍ସିପାଲ ,ଗୋଟିଏ ଭାଇସ ପ୍ରିନ୍ସିପାଲ, ଗୋଟିଏ ପ୍ରଫେସର, ୩ଟି ଆସୋସିଏଟ୍ ପ୍ରଫେସର, ୮ଟି ଅଧ୍ୟାପକ ଓ ୧୦ଟି ଟିଉଟର ପଦବୀ ରହିବ।

ସେହିପରି କଟକସ୍ଥିତ ଏସସିବି ନର୍ସିଂ କଲେଜରେ ୩୨ଟି ଶିକ୍ଷକ ପଦ ଓ ୭ଟି ସହାୟକ କର୍ମଚାରୀ ପଦବୀ ସୃଷ୍ଟି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

Related story