ଆବାସିକ ସ୍କୁଲର ୭୦୦ ପିଲାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟା ଜଳ ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳ ଏବେ ଜଳମଗ୍ନ ହୋଇଥିବାବେଳେ ଆଜି ୭୦୦ ପିଲାଙ୍କୁ ଅଗ୍ନିଶମ ବାହିନୀର ଯବାନମାନେ ଉଦ୍ଧାର କରିଛନ୍ତି । କଟକ ସଦର ତହସିଲ ଅନ୍ତର୍ଗତ ଗତିରାଉତପାଟଣା ନିକଟରେ ଥିବା ଏକ ଆବାସିକ ସ୍କୁଲର ପ୍ରାୟ ୭୦୦ ପିଲା ଜଳବନ୍ଦୀ ହୋଇ ରହିଥିଲେ । ସେମାନଙ୍କୁ ଆଜି ଜିଲ୍ଲା ପ୍ରଶାସନ ସହଯୋଗରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁସାରେ, […]

students

students

Ordigital Desk
  • Published: Tuesday, 16 August 2022
  • Updated: 16 August 2022, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟା ଜଳ ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳ ଏବେ ଜଳମଗ୍ନ ହୋଇଥିବାବେଳେ ଆଜି ୭୦୦ ପିଲାଙ୍କୁ ଅଗ୍ନିଶମ ବାହିନୀର ଯବାନମାନେ ଉଦ୍ଧାର କରିଛନ୍ତି । କଟକ ସଦର ତହସିଲ ଅନ୍ତର୍ଗତ ଗତିରାଉତପାଟଣା ନିକଟରେ ଥିବା ଏକ ଆବାସିକ ସ୍କୁଲର ପ୍ରାୟ ୭୦୦ ପିଲା ଜଳବନ୍ଦୀ ହୋଇ ରହିଥିଲେ । ସେମାନଙ୍କୁ ଆଜି ଜିଲ୍ଲା ପ୍ରଶାସନ ସହଯୋଗରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି ।

ମିଳିଥିବା ସୂଚନା ଅନୁସାରେ, କଟକ ସହରର ତଳିଆ ଅଂଚଳରେ ଥିବା ଏହି ଆବାସିକ ସ୍କୁଲର ଚାରିପଟେ ଜଳମଗ୍ନ ହୋଇଯିବାରୁ ସେଠାରେ ଥିବା ପ୍ରାୟ ୭୦୦ ପିଲା ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ତଳିଆ ଅଂଚଳରେ ପାଣି ମାଡ଼ି ଯିବାରୁ ସେଠରେ ରହୁଥିବା ଲୋକମାନେ ଉଚ୍ଚ ସ୍ଥାନକୁ ପଳାଉଥିବାବେଳେ ଏହି ପିଲାମାନେ ଜଳବନ୍ଦୀ ହୋଇ ରହିଥିଲେ । ଆବାସିକ ସ୍କୁଲର ତଳମହଲାରେ ବନ୍ୟା ଜଳ ପ୍ରବେଶ କରିବା ପରେ ହଷ୍ଟେଲ କର୍ତ୍ତୃପକ୍ଷ ସବୁ ପିଲାଙ୍କୁ ଉପର ମହଲାକୁ ସ୍ଥାନାନ୍ତର କରିଥିଲେ । ଏହାସହିତ ଅଗ୍ନିଶମ ବାହିନୀକୁ ମଧ୍ୟ ସୂଚନା ଦେଇଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ଅଗ୍ନିଶମ ବାହିନୀର ଯବାନମାନେ ପାୱାର ବୋଟ୍ ମାଧ୍ୟମରେ ଏହି ୭୦୦ ପିଲାଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇଛନ୍ତି।
ଅନ୍ୟପକ୍ଷରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁ ଏପର୍ଯ୍ୟନ୍ତ ଜିଲ୍ଲାର ୧୬୭ଟି ଗାଁର ପ୍ରାୟ ୪୭୫୫୧ଜଣ ଲୋକେ ପ୍ରଭାବିତ ହୋଇଛନ୍ତି । ବିଶେଷକରି ବାଙ୍କି, ନରସିଂହପୁର, ତିଗିରିଆ ଓ ବଡ଼ମ୍ବା ବ୍ଲକର ଲୋକେ ପ୍ରଭାବିତ ହୋଇଥିବାବେଳେ ୩୪୬ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos