ଚାକିରି ହରାଇଲେଣି ସେସୁର ୭ ହଜାର କର୍ମଚାରୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ସେସୁକୁ ଟାଟା ପାୱାରା ଅଧିଗ୍ରହଣ କରିବା ପରେ କୌଣସି ସେସୁ କର୍ମଚାରୀଙ୍କ ଚାକିରି ଯିବନି ବୋଲି  ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦେଇଥିବା ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହୋଇଛି। ଜୁନ୍‌ ୧ ତାରିଖରେ ଟାଟା ପାୱାର ସେସୁ ଅଧିଗ୍ରହଣ କରିବା ପରଠାରୁ ପ୍ରାୟ ୭ହଜାର କର୍ମଚାରୀ ଚାକିରି ହରାଇ ସାରିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଫ୍ରାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ […]

cesu-1

Niharika Rout
  • Published: Wednesday, 03 June 2020
  • , Updated: 03 June 2020, 09:31 AM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ସେସୁକୁ ଟାଟା ପାୱାରା ଅଧିଗ୍ରହଣ କରିବା ପରେ କୌଣସି ସେସୁ କର୍ମଚାରୀଙ୍କ ଚାକିରି ଯିବନି ବୋଲି  ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦେଇଥିବା ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହୋଇଛି। ଜୁନ୍‌ ୧ ତାରିଖରେ ଟାଟା ପାୱାର ସେସୁ ଅଧିଗ୍ରହଣ କରିବା ପରଠାରୁ ପ୍ରାୟ ୭ହଜାର କର୍ମଚାରୀ ଚାକିରି ହରାଇ ସାରିଥିବା ଅଭିଯୋଗ ହୋଇଛି।

ବିଭିନ୍ନ ଫ୍ରାଞ୍ଚାଇଜ୍ ଅଧୀନରେ କାମ କରୁଥିବା ୬ ହଜାର ୭୦୦ କର୍ମଚାରୀଙ୍କୁ କାମରୁ ଛଟେଇ କରାଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ୨୦୦୮ ମସିହାରୁ ଫାଇଲିନ୍, ହୁଡହୁଡ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମ କରି ଆସୁଥିବା ଏହି କର୍ମଚାରୀଙ୍କୁ ଏବେ ହଠାତ୍ କାମରୁ ହଟାଇ ଦିଆଯାଇଛି। ହେଲେ ଏବେ ମହାମାରୀ ସମୟରେ ସରକାରଙ୍କ ଏପରି ପଦକ୍ଷେପକୁ ତୀବ୍ର ନିନ୍ଦା କରିଛି ଓଡ଼ିଶା ପାୱାର ଡିଷ୍ଟ୍ରିବ୍ୟୁସନ୍‌ ଫ୍ରାଞ୍ଚାଇଜ୍ ସଂଘ ।

ଖୋର୍ଦ୍ଧାର ବରୁଣେଇରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇ ଏପରି ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ମହାମାରୀ ସମୟରେ ସରକାର କିଭଳି କର୍ମଚାରୀଙ୍କୁ ଛଟେଇ କରିବାକୁ ଅନୁମତି ଦେଲେ, ତାକୁ ନେଇ ସଂଘ ପ୍ରଶ୍ନ କରିଛି। ପୂର୍ବରୁ କୌଣସି କର୍ମଚାରୀଙ୍କ ଚାକିରି ଯିବନି ବୋଲି ପ୍ରତିଶ୍ରୁତି ଦେଉଥିବା ସରକାରଙ୍କ ଦୋମୁହାଁ ନୀତିକୁ ଏବେ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଉଛି। ତେବେ ଏନେଇ ଟାଟା ପାୱାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related story