ରାଜ୍ୟରେ ୭୦୦ ଡେଇଁଲା କରୋନା ସଂକ୍ରମଣ, ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ ସଂକ୍ରମଣ ୭୦୦ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭ ଜଣ ଅଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୭୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୦୭ ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା […]

Representational Image

Tapaswini Nayak
  • Published: Wednesday, 13 July 2022
  • , Updated: 13 July 2022, 11:13 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ ସଂକ୍ରମଣ ୭୦୦ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୭ ଜଣ ଅଛନ୍ତି।

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁଯାୟୀ, ଏହି ୭୪୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୦୭ ଟି ହେଉଛି ଲୋକାଲ୍ କେସ୍।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ୍‌ପୁଲ୍‌ରୁ୬୦  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨, ବରଗଡ଼ ଓ ଭଦ୍ରକରୁ ୮,  ବଲାଙ୍ଗିରରୁ ୪, ବୌଦ୍ଧରୁ ୮,ଦେବଗଡ଼ରୁ ୮,ଗଜପତି୨, ଗଞ୍ଜାମରୁ ଜଣେ, ଜଗତସିଂହପୁର ୧୧, ଯାଜପୁର ୧୨,ଝାରସୁଗୁଡ଼ା ୬,କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୫, କୋରାପୁଟ ୧୦,ମୟୂରଭଞ୍ଜ ୧୬, ନବରଙ୍ଗପୁର ୭,ନୟାଗଡ଼ ୧୧, ନୂଆପଡ଼ା ୧୧,ପୁରୀ ୩୬, ରାୟଗଡ଼ା ୩,ସମ୍ବଲପୁର ୧୪ ଓ ସୋନପୁରରୁ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୭୪୩ ଟି ନୂଆ କେସ୍‌ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫,୩୨୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨,୮୨,୨୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩୮୭୮ ଜଣ ଚିକିତ୍ସାଧୀନ ଅଛନ୍ତି।

 

Related story