ଭ୍ୟାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକା ନେବା ପରେ ବି ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାର ତର୍ଜମା କରାଯାଉଛି ଏବଂ ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ […]

Covid-vaccine-centre

Tapas Behera
  • Published: Saturday, 19 June 2021
  • , Updated: 19 June 2021, 03:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିକା ନେବା ପରେ ବି ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାର ତର୍ଜମା କରାଯାଉଛି ଏବଂ ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ ବୋଲି ଆଇଏଲଏସ୍ ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।

ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ ନେଇ 0.04 ପ୍ରତିଶତ ଏବଂ ସେକେଣ୍ଡ ଡୋଜ ନେଇ 0.03 ପ୍ରତିଶତ ସଂକ୍ରମିତ ହୋଇଛନ୍ତି।ଏହାମଧ୍ୟରେ ଭଲ ଖବର ହେଉଛି ଯେ, ଭ୍ୟାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି।

ସେପଟେ ଦେଶରେ ଏବେ 28 ଟି ଲ୍ୟାବରେ 40 ହଜାର ସାମ୍ପୁଲର ଜିନମ ସିକ୍ୟୁଏନ୍ସିଂ କରାଯାଇଛି । ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସରେ ଜିନମ ସିକ୍ୟୁଏନସିଂ ହେଉଥିବା ବେଳେ  ଦେଶରେ ଏଯାଏଁ ୬ ଟି କେସ୍‌ରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ନିର୍ଦେଶକ ସୂଚନା ଦେଇଛନ୍ତି ।

Related story