କଟକ(ଓଡ଼ିଶା ରିପୋର୍ଟର): ଆଜି କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କଣ୍ଟେନ୍ମେଣ୍ଟ ଜୋନରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତେ ମାଲଗୋଦାମ ବେହେରା ସାହିର। ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ସେହିପରି ସରକାରୀ କ୍ୱାରେଣ୍ଟାଇନରୁ ୭, ହୋମ୍ କ୍ୱାରେଣ୍ଟାଇନ୍ ୭ ଓ ୧୬ ଜଣ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମ୍ସି ଟ୍ୱିଟ୍ କରିଛି।
https://twitter.com/CMCCuttack/status/1292063859621031936?s=20
ଦେୱାନ୍ ବଜାରରୁ ୩, ତେଲଙ୍ଗା ବଜାରରୁ ଜଣେ, ନେତାଜୀ ନଗରରୁ ଜଣେ, ମେଡିକାଲ୍ ରୋଡ୍ ଅଞ୍ଚଳରୁ ଜଣେ, ବିଦ୍ୟାଧରପୁରରୁ ଜଣେ, ବକ୍ସିବଜାରରୁ ୨ ଜଣ, ବିଡାନାସିରୁ ଜଣେ, କେଣ୍ଟନ୍ମେଣ୍ଟ ରୋଡ୍ରୁ ଜଣେ, କନିକା ରୋଡରୁ ଜଣେ, ସିଡିଏ ସେକ୍ଟର-୯ରୁ ଜଣେ, ମହିମା ନଗରରୁ ଜଣେ, ସତୀ ଚୌରାରୁ ଜଣେ ଓ ଚୌଧୁରୀ ବଜାରରୁ ଜଣେ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା କଟକ ଟାଉନ୍ରୁ ୧୫୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୭୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।