୫ବର୍ଷରେ କାମ୍ପା ପାଣ୍ଠିରୁ ମିଳିଛି ୭୭୪୪କୋଟି: ଖର୍ଚ୍ଚର ହିସାବ ଶୁଣିଲେ ବି ବିଶ୍ୱାସ ହେବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସୁପାରିସ୍ କରିଥିବା ଓଡ଼ିଶା ସରକାର ଗତ ୫ବର୍ଷ ମଧ୍ୟରେ ବନୀକରଣ ନିମନ୍ତେ ଭାରତ ସରକାରଙ୍କ କାମ୍ପା ପାଣ୍ଠିରୁ ୭୭୪୪କୋଟି ୬୮ଲକ୍ଷ ଟଙ୍କା ଅନୁଦାନ ପାଇଛନ୍ତି। ମାତ୍ର ଏହାକୁ ଯେଭଳି ଢଙ୍ଗରେ ଖର୍ଚ୍ଚ କରିଛନ୍ତି, ତାହା ଯେ କେବଳ କାଗଜକଲମର ଚାଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବନୀକରଣ ନାଁରେ କୋଟିକୋଟି ଟଙ୍କାକୁ ସରକାରୀ ଓ ରାଜନୀତିକ ପଦାଧିକାରୀମାନେ ଚଳୁ କରିଥିବା […]

black-money

black-money

Tapas Behera
  • Published: Tuesday, 22 December 2020
  • Updated: 22 December 2020, 09:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦର୍ଶାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସୁପାରିସ୍ କରିଥିବା ଓଡ଼ିଶା ସରକାର ଗତ ୫ବର୍ଷ ମଧ୍ୟରେ ବନୀକରଣ ନିମନ୍ତେ ଭାରତ ସରକାରଙ୍କ କାମ୍ପା ପାଣ୍ଠିରୁ ୭୭୪୪କୋଟି ୬୮ଲକ୍ଷ ଟଙ୍କା ଅନୁଦାନ ପାଇଛନ୍ତି। ମାତ୍ର ଏହାକୁ ଯେଭଳି ଢଙ୍ଗରେ ଖର୍ଚ୍ଚ କରିଛନ୍ତି, ତାହା ଯେ କେବଳ କାଗଜକଲମର ଚାଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବନୀକରଣ ନାଁରେ କୋଟିକୋଟି ଟଙ୍କାକୁ ସରକାରୀ ଓ ରାଜନୀତିକ ପଦାଧିକାରୀମାନେ ଚଳୁ କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୪-୧୫ରୁ ୨୦୧୯-୨୦ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କୁ କାମ୍ପା ପାଣ୍ଠିରୁ ମୋଟ ୭୭୪୪.୬୮କୋଟି ଟଙ୍କା ମିଳିଛି। ଏଥିରୁ ୫୯୩୩.୬୮କୋଟି ଟଙ୍କା କେବଳ ୨୦୧୯-୨୦ ମସିହାରେ ମିଳିଛି।  ଖର୍ଚ୍ଚର ହିସାବ ଦେବାକୁ ଯାଇ ଓଡ଼ିଶା ସରକାରଙ୍କ ପିସିସିଏଫ  ଦର୍ଶାଇଛନ୍ତି ଯେ, ଏହି ୫ବର୍ଷ ମଧ୍ୟରେ ସେଥିରୁ ୨୩୦୩.୩୩କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୪-୧୫ରେ ୩୪୨.୦୭କୋଟି, ୨୦୧୫-୧୬ରେ ୪୬୦କୋଟି, ୨୦୧୬-୧୭ରେ ୪୪୫.୪୦କୋଟି, ୨୦୧୭-୧୮ରେ ୫୧୧.୮୨କୋଟି ଓ ୨୦୧୯-୨୦ରେ ୫୪୪.୦୪କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣରେ ୨୦୧୪-୧୫ରୁ ୨୦୧୯-୨୦ ମସିହା ମଧ୍ୟରେ ପ୍ରାୟ ୮୯୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଆମ ଜଙ୍ଗଲ ଯୋଜନାରେ ୨୭୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରାୟ ୪୨କୋଟି ଟଙ୍କା ଦର୍ଶାଯାଇଥିବାବେଳେ ଏହା କେଉଁ କ୍ଷେତ୍ରରେ ଖର୍ଚ୍ଚ ହୋଇଛି ତାହା ବି ଅସ୍ପଷ୍ଟ। ସେହିପରି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପ୍ରାୟ ୨୩୯ କୋଟି ଟଙ୍କା ବ୍ୟୟ ହୋଇଛି। ସବୁଠୁ ରୋଚକ କଥା ହେଉଛି ବନ୍ୟଜନ୍ତୁ ପରିଚାଳନା ବାବଦରେ ୫ବର୍ଷ ମଧ୍ୟରେ ପ୍ରାୟ ୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ରାଜ୍ୟରେ ବୃକ୍ଷରୋପଣ ଯେଉଁ ଢଙ୍ଗରେ ହେଉଛି ତାହା ଆଖିରେ ନଦେଖିଲେ କେହି ବିଶ୍ୱାସ କରିବେ ନାହିଁ। ବୃକ୍ଷରୋପଣ ନାଁରେ ବଡ଼ ବଡ଼ ଭାଷଣବାଜି ଓ ପ୍ରଚାର ହେଉଛି। ବୃକ୍ଷରୋପଣ ହେଉଛି, ମାତ୍ର ପରବର୍ତ୍ତୀ ଅବସ୍ଥାରେ ସେହି ଗଛଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନିଶ୍ଚିହ୍ନ ହୋଇ ଯାଉଛନ୍ତି। ବୃକ୍ଷରୋପଣକୁ ନେଇ ସରକାରୀସ୍ତରରେ ହେଉଥିବା ଚଂଚକତା ଓ ଅର୍ଥ ହଡ଼ପ ଅଭିଯୋଗରେ ଏବେ ଲୋକାୟୁକ୍ତରେ ମାମଲା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story